ଆସନ୍ତାକାଲି ‘ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ଣ ୧୧ଟା ସମୟରେ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ। 'ପରୀକ୍ଷା ପେ ଚର୍ଚ୍ଚା - ୨୦୨୫' ୮ଟି ପର୍ଯ୍ୟାୟ ଉପରେ ପର୍ଯ୍ୟବେସିତ। ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମ ଆଲୋଚନା ସିଧାସଳଖ ଭାବେ ଦୂରଦର୍ଶନ, ସ୍ଵୟଂ, ସ୍ଵୟଂପ୍ରଭା, ପିଏଓ - ୟୁଟ୍ୟୁବ୍ ଚ୍ୟାନେଲ୍ ଓ ଶିକ୍ଷା ମବଣାଳୟ ଏବଂ ସୂଚନା ଓ ପ୍ରସାରଣ ମବଣାଳୟର ସାମାଜିକ ଗଣମାଧ୍ୟମ ଚ୍ୟାନେଲ୍ରେ ପ୍ରସାରଣ କରାଯିବ।

ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବାପାଇଁ ମାନସିକ ସ୍ଵାସ୍ଥ୍ୟଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ତଥା ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ମଧ୍ଯ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଚଳିତବର୍ଷ ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରୁ ୩୬ ଜଣ ଲେଖାଏଁ ଛାତ୍ରଛାତ୍ରୀ ସିଧାସଳଖ ପ୍ରଧାନମବୀଙ୍କ ସହ ଆଲୋଚ ଲୋଚନା କରିବେ। ଏହି ସଂସ୍କରଣକୁ ଭାରତର ବିବିଧତା ଏବଂ ଅନ୍ତର୍ଭୁକ୍ତିର ପ୍ରକୃତ ପ୍ରତିଫଳନ ଭାବେ ବିବେଚନା କରାଯାଉଛି ।












Click it and Unblock the Notifications