ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ପରେଶ ରାୱଲ, କହିଲେ ନା ମିଳୁଛି ବୋହୂ, ନା ମିଳୁଛି ବୋହୁମତ...
Delhi Election Result 2025: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟେ ପଟେ ଆପକୁ ଝଟକା ଲାଗିଛି ତ ଅନ୍ୟ ପଟେ କଂଗ୍ରେସ ଖାତା ଖୋଲିପାରି ନାହିଁ ହେଲେ ବିଜେପି ଉପରେ ରହିଥିବା ଜନତାଙ୍କ ବିଶ୍ଵାସର ସ୍ପଷ୍ଟ ଚିତ୍ର ଆଜି ଦେଖିବା ପାଇଁ ମିଳିଛି ।
ଆଜି ଦେଶର ରାଜଧାନୀ ନିର୍ବାଚନ ଫଳାଫଳ ଉପରେ ବଲିଉଡ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ଏକ ସାଧାରଣ ଲୋକର ମଧ୍ୟ ନଜର ରହିଥିଲା । ନିର୍ବାଚନୀ ଗ୍ରାଫକୁ ଦେଖି ବଲିଉଡ ଅଭିନେତା ପରେଶ ରାୱଲ ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି।
ଅଭିନେତା ପରେଶ ରାୱଲ ସୋସିଆଲ ମିଡିଆର ବେଶ୍ ସକ୍ରିୟ ରୁହନ୍ତି । ସେ ପ୍ରାୟତଃ ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତାମତ ଦେଇଥାନ୍ତି ।
ଅଭିନେତା ନିଜ ସୋସିଆଲ ମିଡିଆ ସାଇଟ୍ 'X'ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି।

ପୋଷ୍ଟରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ସେୟାର କରାଯାଇଥିଲା, ଯାହାର କ୍ୟାପସନରେ ଲେଖାଯାଇଛି, "ରାହୁଲ ଗାନ୍ଧୀ ମାନବ ଇତିହାସର ଏକ ଐତିହାସିକ ମାଇଲଖୁଣ୍ଟ - ୧୦୦ତମ ସଫଳ ବିଫଳତା ହାସଲ କରିବାରୁ ମାତ୍ର କିଛି ଘଣ୍ଟା ଦୂରରେ ଅଛନ୍ତି।" ଏପରି ପରିସ୍ଥିତିରେ ପରେଶ ରାୱଲ ସେହି ପୋଷ୍ଟକୁ ପୁନଃ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଜଣେ ମା'ର ଯନ୍ତ୍ରଣାକୁ ବୁଝ। ନା ବୋହୂ ମିଳୁଛି ନା ମିଳୁଛି ବୋହୁମତ । କେବଳ ଏତିକି ନୁହେଁ, ପରେଶ ରାୱଲ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ।
ଏବେ ପରେଶ ରାୱଲଙ୍କ ଏହି ଦୁଇଟି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହାକୁ ଦିଲ୍ଲୀ ନିର୍ବାଚନ ସହିତ ଯୋଡୁଛନ୍ତି। ଲୋକମାନେ ଆଶା କରିଥିଲେ ଯେ ଏଥର ମଧ୍ୟ ଅରବିନ୍ଦ କେଜରିୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ସହିତ ବିଜୟୀ ହେବେ। କିନ୍ତୁ ଦିଲ୍ଲୀର ଲୋକମାନେ ତାଙ୍କୁ ସମର୍ଥନ କରି ନାହାଁନ୍ତି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications