ବିଳି ବିଳଉଛି ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି, ଜାଣନ୍ତୁ କାହିଁକି?

ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ପରେ, ପାକିସ୍ତାନ ଏକ ଜଟିଳ ପରିସ୍ଥିତିରେ ଫସିଯାଇଛି । ପୂର୍ବ ଭଳି ସ୍ଥିତାବସ୍ଥା ଫେରାଇ ଆଣିବା ପାଇଁ, ପାକିସ୍ତାନ ଏପର୍ଯ୍ୟନ୍ତ ଭାରତ ସରକାରଙ୍କୁ ୪ଟି ଚିଠି ପଠାଇସାରିଲାଣି, ଯେଉଁଥିରେ ସେ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛି। ଭାରତ ପାକିସ୍ତାନର ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ବାଣିଜ୍ୟ ଏବଂ ଆତଙ୍କବାଦ ଏକାଠି ଯାଇପାରିବ ନାହିଁ ଏବଂ ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ।

ରିପୋର୍ଟ ଅନୁସାରେ, ପାକିସ୍ତାନର ଜଳ ମନ୍ତ୍ରଣାଳୟର ସଚିବ ସୟଦ ଅଲ୍ଲୀ ମୁର୍ତଜାଙ୍କ ତରଫରୁ ଏହି ଚିଠି ଆସିଛି । ସେଥିରୁ ଗୋଟିଏ ଚିଠି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ପୂର୍ବରୁ ଆସିଛି । ଆଉ ୩ ଚିଠି ଅପରେସନ ସିନ୍ଦୂର ପରେ ପାକିସ୍ତାନ ଭାରତକୁ ପଠାଇଛି । ଏହି ସମସ୍ତ ଚିଠି ଭାରତର ବିଦେଶ ମନ୍ତ୍ରଣାଳୟକୁ ଆସିଛି । ଏପ୍ରିଲ ୨୨ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଜଳଶକ୍ତି ମନ୍ତ୍ରଣାଳୟ ସଚିବ ଦେବାଶ୍ରୀ ମୁଖାର୍ଜୀ ପାକିସ୍ତାନ ପ୍ରତିପକ୍ଷ ମୁର୍ତଜାଙ୍କୁ ଚିଠି ଲେଖିଥିଲେ ।

Parched Pak wrote 4 letters to India to reinstate Indus Waters Treaty

ଏଥିରେ ଭାରତ ସ୍ପଷ୍ଟ ଭାବେ କହିଥିଲା ଯେ, ପାକିସ୍ତାନ ପଟୁ ହେଉଥିବା ସୀମାପାର୍‌ ଆତଙ୍କବାଦ, ୧୯୬୦ରେ ହୋଇଥିବା ସିନ୍ଧୁ ଚୁକ୍ତିର ମୂଳ ଭାବନା ଅର୍ଥାତ୍ ବିଶ୍ୱାସ ଏବଂ ସହଯୋଗକୁ ମୂଲ୍ୟହୀନ କରିଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ଏଭଳି ଚୁକ୍ତିକୁ ନିଲମ୍ବନ କରୁଛି । ଆତଙ୍କୀ ଆକ୍ରମଣ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ବେପାର ଏବଂ ଆତଙ୍କବାଦ, ପାଣି ଏବଂ ରକ୍ତ, ଗୁଳି ଏବଂ ଆଲୋଚନା ଏକସଙ୍ଗରେ ଚାଲିପାରିବ ନାହିଁ ।

ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ପରେ ଭାରତ ସିନ୍ଧୁ ନଦୀ ପ୍ରଣାଳୀ ସହ ଜଡ଼ିତ ରଣନୈତିକ ପ୍ରକଳ୍ପ ଉପରେ କାମକୁ ତୀବ୍ର କରିଛି । ଏହି ପ୍ରକଳ୍ପ ମଧ୍ୟରେ ୧୩୦ କି.ମି ଦୀର୍ଘ ଏକ କେନାଲ ରହିଛି । ଏହା ବିଅସ୍‌ ନଦୀକୁ ଗଙ୍ଗା କେନାଲ ସହ ଯୋଡ଼ିବ । ସେହିପରି ସିନ୍ଧୁକୁ ଯମୁନା ସହ ଯୋଡ଼ିବା ପାଇଁ ଆଉ ଏକ କେନାଲର ଯୋଜନା କରାଯାଇଛି । ପ୍ରାୟ ୨୦୦ କିମି ଦୀର୍ଘର ଏହି ପ୍ରକଳ୍ପରେ ୧୨ କିମି ଲମ୍ବ ବିଶିଷ୍ଟ ଏକ ସୁଡ଼ଙ୍ଗ ମଧ୍ୟ ରହିଛି ।

ଏଥିରେ ଯମୁନା ପାଣି ଗଙ୍ଗାସାଗର ପର୍ଯ୍ୟନ୍ତ ପହଞ୍ଚିବ । ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନ ଭଳି ରାଜ୍ୟକୁ ଏହି ଯୋଜନାରୁ ଲାଭ ମିଳିବ । ସରକାରଙ୍କ କହିବା ଅନୁସାରେ, ଯେଉଁ ଗତିରେ ଏବେ କାମ ଚାଲିଛି ୨ରୁ ୩ ବର୍ଷ ଭିତରେ ଏହା ସମ୍ପୂର୍ଣ୍ଣ ହେବାର ଆଶା ରହିଛି । ଏ ନେଇ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+