ଆଶ୍ଚର୍ଯ୍ୟ: 4 ବର୍ଷ ହେଲା ଶଯ୍ୟାସାୟୀ ଥିଲେ, କୋଭିଡ ଟିକା ନେବା ପରେ ଚାଲିବାକୁ ଲାଗିଲେ
ଜଣେ 55 ବର୍ଷ ବୟସ୍କ ବ୍ୟକ୍ତି କୋଭିଡ ଟିକା ନେବା ପରଦିନ ଚାଲିବା ଏବଂ କହିବାକୁ ଲାଗିଲେ । ଯେତେବେଳେ କି, ସେ ପକ୍ଷାଘାତ ରୋଗ କାରଣରୁ ଗତ ଚାରି ବର୍ଷ ଧରି ବିଛଣାରେ ପଡି ରହିଥିଲେ ।
ବୋକାରୋ: ବିହାରରେ ମାଧେପୁରା ଘଟଣା ପରେ ପଡୋଶୀ ରାଜ୍ୟ ଝାଡଖଣ୍ଡରୁ କୋଭିଡ ଟିକା ନେଇ ଜଣେ ସୁସ୍ଥ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଜଣେ 55 ବର୍ଷ ବୟସ୍କ ବ୍ୟକ୍ତି କୋଭିଡ ଟିକା ନେବା ପରଦିନ ଚାଲିବା ଏବଂ କହିବାକୁ ଲାଗିଲେ । ଯେତେବେଳେ କି, ସେ ପକ୍ଷାଘାତ ରୋଗ କାରଣରୁ ଗତ ଚାରି ବର୍ଷ ଧରି ବିଛଣାରେ ପଡି ରହିଥିଲେ ।

ଚିକିତ୍ସା ଇତିହାସରେ ଏହା ବିରଳ ଘଟଣା ବୋଲି ବୋକାରୋ ଡାକ୍ତରମାନେ କହିଛନ୍ତି ଏବଂ ବୈଜ୍ଞାନିକମାନଙ୍କୁ ଏହା ଉପରେ ଗବେଷଣା କରିବାକୁ ପଡିବ ବୋଲି ସେ କହିଛନ୍ତି। ବଡ କଥା ହେଉଛି ଦୁର୍ଘଟଣାରେ ଆଘାତ ହେତୁ ବ୍ୟକ୍ତି ଜଣକ ପକ୍ଷାଘାତ ରୋଗରେ ପିଡତ ଥିଲେ । ଯେଉଁଥିପାଇଁ ତାଙ୍କର କଥା କହିବାର କ୍ଷମତା ମଧ୍ୟ ନଷ୍ଟ ହୋଇଯାଇଥିଲା । କିନ୍ତୁ, ବର୍ତ୍ତମାନ ସେ ମଧ୍ୟ କହିବା ଆରମ୍ଭ କରିଛନ୍ତି ।

ତେବେ ଝାଡଖଣ୍ଡର ବୋକାରୋର ସାଲଗାଡିହ ଗାଁର ଡୁଲାରଚାନ୍ ମୁଣ୍ଡା ହେଉଛନ୍ତି ଏହି ବ୍ୟକ୍ତି । ମିଳିଥିବ ଖବର ଅନୁସାରେ, ସେ କୋଭିସିଲ୍ଡର ଏକ ଡୋଜ ନେଇଥିଲେ ଏବଂ ପରଦିନ ତାଙ୍କର ପକ୍ଷାଘାତ ରୋଗ ଭଲ ହୋଇଯାଇଥିଲା। ସେ କହିଛନ୍ତି ଯେ 'ଏହି ଟିକା ନେଇ ମୁଁ ବହୁତ ଖୁସି। ଜାନୁଆରୀ 4 ରେ ଟିକା ନେବା ପରେ ମୁଁ ଚାଲିବା ଅରମ୍ଭ କଲି ।












Click it and Unblock the Notifications