Paracetamol: ପାରାସିଟାମଲ ସହ ୫୩ ଔଷଧ କ୍ବାଲିଟି ଟେଷ୍ଟରେ ଫେଲ୍
କ୍ୟାଲସିୟମ, ଭିଟାମିନ ଡି୩ ସପ୍ଲିମେଣ୍ଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ପାଇଁ ଲୋକମାନେ ବ୍ୟବହାର କରୁଥିବା ୫୩ଟି ଔଷଧ ଗୁଣବତ୍ତା ମାନ ଯାଞ୍ଚ ବେଳେ ଫେଲ ମାରିଛନ୍ତି। ଭାରତୀୟ ଔଷଧ ପ୍ରାଧିକରଣ ଦ୍ୱାରା କରାଯାଇଥିବା ମାନ ଯାଞ୍ଚ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ପରେ ଲୋକମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି
ସିଡିଏସସିଓ ଏହି ୫୩ ଔଷଧକୁ ନୋ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି (ଏନଏସକ୍ୟୁ) ଆଲର୍ଟ ଭାବରେ ଘୋଷଣା କରିଛି।
ଗୁଣାତ୍ମକ ପରୀକ୍ଷାରେ ପାସ୍ ହୋଇନଥିବା ଔଷଧ ଗୁଡ଼ିକରେ ଭିଟାମିନ୍ ସି ଏବଂ D3 ରି ଟାବଲେଟ୍ ସେଲକେଲ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ସି ସଫ୍ଟଜେଲ୍ସ, ଆଣ୍ଟିଏସିଡ୍ ପେନ୍-ଡି, ପାରାସିଟାମଲ୍ ଟ୍ୟାବଲେଟ୍ ଆଇପି ୫୦୦ ଏମଜି, ଡାଇବେଟିସ୍ ଔଷଧ ଗ୍ଲିମେପିରାଇଡ୍ ଅନ୍ତର୍ଭୁକ୍ତ।

ଏହି ଔଷଧଗୁଡିକୁ ହେଟେରୋ ଡ୍ରଗ୍ସ, ଆଲକେମ୍ ଲାବୋରେଟୋରୀ, ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍, କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ ଏବଂ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ମେଗ୍ ଲାଇଫ ସାଇନ୍ସ ଏବଂ ପିଓର ଆଣ୍ଡ କିଓର ହେଲଥ କେୟାର ଭଳି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଏ। ସେହିପରି ପେଟ ସଂକ୍ରମଣ ଇନଫେକ୍ସନ ପାଇଁ ବହୁଳ ଭାବରେ ବ୍ୟବହୃତ ହେଉଥିବା ମେଟ୍ରୋନିଡେଜୋଲ ମଧ୍ୟ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି। ଏହି ଔଷଧକୁ ପିଏସୟୁ କମ୍ପାନୀ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ ଲିମିଟେଡ୍ ପ୍ରସ୍ତୁତ କରିଥାଏ।
ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଥିବା ଔଷଧର ଦୁଇଟି ତାଲିକା ପ୍ରକାଶ ପାଇଛି। ପ୍ରଥମ ତାଲିକାରେ ୪୫ ଅତ୍ୟଧିକ ବ୍ୟବହୃତ ଔଷଧର ନାମ ରହିଛି। ସେହିପରି ଦ୍ୱିତୀୟ ତାଲିକାରେ ୫ଟି ଔଷଧ ଅନ୍ତର୍ଭୁକ୍ତ କରାଯାଇଛି ।












Click it and Unblock the Notifications