ନିଜକୁ ନିଜେ ଧମକ ଦେଇଥିଲେ ପପ୍ପୁ ଯାଦବ ! ଏସପିଙ୍କ ମନ୍ତବ୍ୟ ଉଡ଼଼ାଇ ଦେବ ହୋସ.....
ପୂର୍ଣ୍ଣିଆ : ସାଂସଦ ପପୁ ଯାଦବ ମିଳୁଥିବା ଧମକ ମାମଲାର ରହସ୍ୟ ଉନ୍ମୋଚନ ହୋଇଛି। ପୂର୍ଣ୍ଣିଆ ଏସପି କାର୍ତ୍ତିକେୟନ କେ. ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପପୁ ଯାଦବଙ୍କ ସୁରକ୍ଷା ବଢାଇବା ପାଇଁ ଧମକର ଏକ ପ୍ଲାନ ତିଆରି କରାଯାଇଥିଲା। ଯେଉଁଥିରେ ସାଂସଦଙ୍କ ନିକଟତମ ଲୋକମାନଙ୍କ ହାତ ରହିଛି।
ପୂର୍ଣ୍ଣିଆ ଏସପି କାର୍ତ୍ତିକେୟ ଶର୍ମା ଏହି ମାମଲାରେ ବଡ ସୂଚନା ଦେଇଛନ୍ତି । ଏହି ଘଟଣାରେ ପୁଲିସ ଭୋଜପୁରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ସ୍ୱୀକାର କରିଛି ଯେ ଏହି ହତ୍ୟା ଧମକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନୁହେଁ, ବରଂ ଖୋଦ ପୁପ୍ପୁ ଯାଦବଙ୍କ ସହଯୋଗୀମାନେ କରାଇଥିଲେ । ଉଦ୍ଦେଶ୍ୟ ଥିଲା ଏପରି ଧମକ ଦେଇ ପପ୍ପଙ୍କ ପାଇଁ ସରକାରୀ ସୁରକ୍ଷା ହାସଲ କରିବା । ପୁଲିସ କହିଛି ଯେ ପପ୍ପୁ ଯାଦବଙ୍କ କିଛି ଲୋକ ତାଙ୍କୁ ମିଛ ଧମକ ଦେବା ପାଇଁ ଭିଡିଓ ତିଆରି କରିଥିଲେ। ସାଂସଦଙ୍କ ଲୋକମାନେ ମଧ୍ୟ ଏହି କାମ ପାଇଁ ଟଙ୍କା ଦେଇଥିଲେ।

ଗିରଫ ବ୍ୟକ୍ତି ସ୍ୱୀକାର କରିଛି ଯେ ଏହି ହତ୍ୟା ଧମକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନୁହେଁ, ବରଂ ଖୋଦ ପୁପ୍ପୁ ଯାଦବଙ୍କ ସହଯୋଗୀମାନେ କରାଇଥିଲେ । ଉଦ୍ଦେଶ୍ୟ ଥିଲା ଏପରି ଧମକ ଦେଇ ପପ୍ପଙ୍କ ପାଇଁ ସରକାରୀ ସୁରକ୍ଷା ହାସଲ କରିବା । ଉଲ୍ଲେଖଯୋଗ୍ୟ ଯେ ସାଂସଦ ହୋଇଥିବାରୁ ପପୁ ଯାଦବଙ୍କୁ ୱାଇ କ୍ୟାଟଗରୀର ସୁରକ୍ଷା ଉପଲବ୍ଧ କରାଯାଇଛି।
ତେବେ ଧମକ ଅଭିଯୋଗ କରି ତାଙ୍କ ଲାଗି ଜେଡ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଉଛି। ନିକଟରେ ତାଙ୍କର ଜନୈକ ବନ୍ଧୁ ପପୁ ଯାଦବଙ୍କୁ ଏକ ବୁଲେଟ ପ୍ରୁଫ କାର ଉପହାର ଦେଇଛନ୍ତି। ପପୁ ଯାଦବଙ୍କୁ ଧମକ ମାମଲାରେ ମୋଟ ୨ଟି ଭିଡିଓ ତିଆରି କରାଯାଇଥିଲା। ପ୍ରଥମ ଭିଡିଓକୁ ୧ ଡିସେମ୍ବର ରାତିରେ ପଠାଯାଇଥିଲା। ତେବେ ଦ୍ୱିତୀୟ ଭିଡିଓଟିକୁ ସମୟ ଅନୁସାରେ ପଠା ଯାଇଥାନ୍ତା।












Click it and Unblock the Notifications