Get Updates
Get notified of breaking news, exclusive insights, and must-see stories!

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ପପୁ ଯାଦବଙ୍କୁ ପୁଣି ହତ୍ୟା ଧମକ

ବିହାରର ପୂର୍ଣ୍ଣିଆରୁ ଲୋକସଭା ସାଂସଦ ପପୁ ଯାଦବଙ୍କୁ ପୁଣି ଥରେ ଧମକ ମିଳିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ଏହି ଧମକ ଦେଇଛି । ପପୁ ଯାଦବଙ୍କ ଅଫିସକୁ ଧମକପୂର୍ଣ୍ଣ ମେସେଜ ଓ କଲ୍ ଆସିଛି । ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ୨ଟା ଏବଂ ପୁଣି ପରଦିନ ସକାଳ ୧୦ଟା ବେଳେ ସାଂସଦଙ୍କ ପିଏଙ୍କୁ ଧମକଭରା କଲ୍ ଆସିଥିଲା । ଏ ନେଇ ସେ ପୋଲିସରେ ମାମଲା ପଞ୍ଜିକୃତ କରାଇଛନ୍ତି । ପିଏ କହିଛନ୍ତି ଯେ ସାଂସଦଙ୍କୁ ହ୍ୱାଟସଆପରେ ଧମକ ଦିଆଯାଇଛି । ସେ ହ୍ୱାଟସଆପ ଚାଟର ସ୍କ୍ରିନଶଟ୍ ମଧ୍ୟ ସେୟାର କରିଛନ୍ତ, ଯାହାକି ଖୁବ୍ ଭାଇରାଲ ହେଉଛି । ମେସେଜ ଓ କଲ୍ କରିଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି ।

ଏହାପୂର୍ବରୁ ଅକ୍ଟୋବର ୨୮ରେ ପପୁ ଯାଦବଙ୍କୁ ପ୍ରଥମ ଥର ପାଇଁ ହତ୍ୟା ଧମକ ମିଳିଥିଲା। କଲ୍ କରି ଧମକ ଦେଇଥିବା ବ୍ୟକ୍ତି ସାଂସଦଙ୍କୁ ସଲମାନ ଖାନ ମାମଲାରୁ ଦୂରେଇ ରହିବାକୁ କହିଥିଲା। ଆହୁରି ମଧ୍ୟ ଦାବି କରିଥିଲା ଯେ ଲରେନ୍ସ ବିଷ୍ଣୋଇ ପପୁ ଯାଦବ ସହ କଥା ହେବା ପାଇଁ ଘଣ୍ଟା ପ୍ରତି ଲକ୍ଷେ ଟଙ୍କା ଖର୍ଚ୍ଚ କରି ଜାମର ବନ୍ଦ କରି ଫୋନ କରୁଛି। ହେଲେ ପପୁ ଯାଦବ ଫୋନ୍ ଉଠାଉ ନାହାଁନ୍ତି। ପପୁ ଯାଦବଙ୍କୁ ଏହି ହତ୍ୟା ଧମକ ଦେଇଥିବା ଯୁବକକୁ ଗତ ଶନିବାର ଦିଲ୍ଲୀରୁ ଗିରଫ କରିଥିଲା ପୂର୍ଣ୍ଣିୟା ପୋଲିସ।

Pappu Yadav

ଅଭିଯୁକ୍ତ ମହେଶ ପାଣ୍ଡେର ଲରେନ୍ସ ଗ୍ୟାଙ୍ଗ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଜଣାପଡ଼ିଥିଲା। ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ମହେଶ ପାଣ୍ଡେ ଦୁବାଇ ଯାଇ ସେଠାରୁ ଏକ ସିମ୍ ଆଣିଥିଲା। ଏହି ସିମରୁ କଲ୍ କରି ପପୁ ଯାଦବଙ୍କୁ ଧମକ ଦିଆଯାଇଥିଲା। ଅଭିଯୁକ୍ତ ଦିଲ୍ଲୀ ଏମ୍ସ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର କ୍ୟାଣ୍ଟିନରେ ମଧ୍ୟ ପୂର୍ବରୁ କାମ କରିଛି ବୋଲି ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+