ପପୁ ଯାଦବଙ୍କୁ ପୁଣି ହତ୍ୟା ଧମକ, ୨୪ ଘଣ୍ଟା ଭିତରେ.....

ପୁଣି ଥରେ ବିହାର ପୂର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ମିଳିଲା ହତ୍ୟା ଧମକ । ଏହି ଧମକ ଲରେନ୍ସ ଗ୍ୟାଙ୍ଗ ତରଫରୁ ମିଳିଛି । କୁହାଯାଇଛି ୨୪ ଘଣ୍ଟା ଭିତରେ ତୁମକୁ ମାରିଦେବୁ। ଆମ ଲୋକ ତୁମର ବେଶ ନିକଟତର ହୋଇଗଲେଣି। ଆଜି ତୁମ ଶେଷ ଦିନ, ଯାହା କରିବାର ଅଛି କରିନିଅ। ପୂର୍ଣ୍ଣିୟା ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ବର୍ତ୍ତମାନ ପୂର୍ଣ୍ଣିଆରେ ଅଛନ୍ତି।

ପପୁ ଯାଦବଙ୍କୁ ଧମକ ଦେଉଥିବା ବ୍ୟକ୍ତି ତାଙ୍କୁ ଗତ ୨୪ ଘଣ୍ଟା ମହଲତ ଦେଇଛନ୍ତି। ଆଉ ହ୍ୱାଟସ୍‌ଆପ୍‌ର ଏହି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ କୁହାଯାଇଛି ଯେ, ଆମର ସାଥୀମାନେ ଆପଣଙ୍କ ନିକଟରେ ଅତି ନିକଟତର ହୋଇଛନ୍ତି। ଏପରିକି ଆପଣଙ୍କର ଅଙ୍ଗରାକ୍ଷୀମାନେ ମଧ୍ୟ ଆପଣଙ୍କୁ ବଞ୍ଚାଇବାକୁ ସମର୍ଥ ହେବେ ନାହିଁ। ଜନ୍ମଦିନର ଶୁଭେଚ୍ଛା, ଲରେନ୍ସ ଭୋଇ ଏବଂ ତାଙ୍କ ଦଳ। ପୂର୍ଣ୍ଣିୟା ସାଂସଦ ଆପଣଙ୍କର ଶେଷ ଦିନକୁ ଉପଭୋଗ କରନ୍ତୁ।

pappu yadav

ସୂଚନା ଯୋଗ୍ୟ ଯେ, ପପୁ ଯାଦବଙ୍କୁ ଯେଉଁ ନମ୍ବରରୁ ଧମକ ଆସିଛି ତାହା ପାକିସ୍ତାନର ବୋଲି ଜଣାପଡିଛି। ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରୁଛି। କେବଳ ସେତକି ନୁହେଁ ୭ ସେକେଣ୍ଡର ଏକ ବିସ୍ଫୋରଣ ଭିଡିଓ ମଧ୍ୟ ସାଂସଦଙ୍କ ମୋବାଇଲ ନମ୍ବରକୁ ପଠାଯାଇଥିବା ଖବର ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+