Get Updates
Get notified of breaking news, exclusive insights, and must-see stories!

ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ପପୁ ଯାଦବ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଛି । ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି ।ଏମିତିକି ଜୁନ୍ ୯' ତାରିଖ ଅର୍ଥାତ୍ ରବିବାର ଦିନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି ।

ଜାତୀୟ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟା ୬ଟାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି । ଆଉ ଏଭଳି ସମୟର ବିହାରର ପୂର୍ଣ୍ଣିୟା ଲୋକ ସଭା ଆସନରୁ ସ୍ୱାଧୀନ ଭାବେ ଜିତିଥିବା ପପୁ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି । ଏନଡିଏ ସରକାର ଗଠନ ହେଲେ ମଧ୍ୟ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି ।

Narendra modi

ପପୁ ଯାଦବ କହିଛନ୍ତି, ନୀତୀଶ କୁମାର ଏବଂ ଚନ୍ଦ୍ରାବାବୁ ନାଇଡୁ ସର୍ବଦା ଗାନ୍ଧୀବାଦୀ ଚିନ୍ତାଧାରାରେ ଅନୁସରଣ କରନ୍ତି । ସେମାନେ ସର୍ବଦା ଧର୍ମନିରପେକ୍ଷ । ସେମାନେ ସାମାଜିକ ନ୍ୟାୟ ବିଷୟରେ କଥାବାର୍ତ୍ତା କରନ୍ତି । ନୀତୀଶ କୁମାରଙ୍କ ଉପରେ ଦେଶ ସେତେବେଳେ ଗର୍ବ କରିବ ଯେତେବେଳେ ସେ ଦେଶ ପାଇଁ ଛିଡ଼ା ହେବେ । ମୁଁ ଆଶା କରୁଛି ଯେ, ଯଦି ଏନଡିଏ ସରକାର ଗଠନ ହୁଏ ତେବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+