ରାଜସ୍ଥାନ ରାଜଧାନୀରେ ବଡ଼ ଅଘଟଣ: ଅକ୍ସିଜେନ ପ୍ଲାଣ୍ଟରୁ ଲିକ୍ ହେଲା ବିଷାକ୍ତ ଗ୍ୟାସ୍‌

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ପୁଣି ଅଘଟଣ । ମଙ୍ଗଳବାର ସନ୍ଧ୍ୟାରେ ବିକେଆଇ ରୋଡ୍ ନମ୍ବର ୧୮ରେ ଅବସ୍ଥିତ ଅଜମେରା ଅମ୍ଳଜାନ ଗ୍ୟାସ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି । ପ୍ଲାଣ୍ଟର ୨୯ ଟନ୍ ଅମ୍ଳଜାନ ଟ୍ୟାଙ୍କରର ବଲ୍ବ ଭାଙ୍ଗି ଯିବାଫଳରେ ୨୦୦-୩୦୦ ମିଟର ପର୍ଯ୍ୟନ୍ତ ଅମ୍ଳଜାନ ଲିକ୍ ହୋଇଥିଲା ।ପରେ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

୧୮ ନମ୍ବର ରୋଡରେ ଥିବା ଅଜମେରା ଗ୍ୟାସ୍ ପ୍ଲାଣ୍ଟରେ ଭଲଭ ଫାଟିଯିବାରୁ ସିଓ୨ ଗ୍ୟାସ୍ ଲିକ୍ ହୋଇଥିଲା। ଫଳରେ ଆଖପାଖରେ ଥିବା ଯାନବାହନ ଓ ଗଛ ଉପରେ ବରଫର ସ୍ତର ଜମା ହୋଇଥିଲା। ଅଗ୍ନିଶମ ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଧ ଘଣ୍ଟା ମଧ୍ୟରେ ଲିକେଜକୁ ନିୟନ୍ତ୍ରଣ କରିଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନଥିଲେ।

ବିଶ୍ୱକର୍ମା ଅଞ୍ଚଳର ୧୮ ନମ୍ବର ରୋଡ୍ ରେ ଥିବା ଅଜମେରା ଗ୍ୟାସ୍ ପ୍ଲାଣ୍ଟରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ଏହି କାରଖାନାରେ ସିଓ୨ ଗ୍ୟାସ୍ (ଅଙ୍ଗାରକାମ୍ଳ ବାଷ୍ପ) ସଂରକ୍ଷଣ କରୁଥିବା ଦୁଇଟି ବଡ଼ ଟ୍ୟାଙ୍କର ରହିଛି। ଗୋଟିଏ ଟ୍ୟାଙ୍କରରେ ଗ୍ୟାସ୍ ଭର୍ତ୍ତି କରିବା ପରେ ଭଲଭ୍ ଠିକ୍ ଭାବେ ଲଗାଯାଇ ନ ଥିଲା।

gas leak

ଫଳରେ ଗ୍ୟାସର ଚାପ ଯୋଗୁଁ ଭଲଭ୍ ଭାଙ୍ଗିଯିବା ସହ ଗ୍ୟାସ୍ ଲିକ୍ ହେବାକୁ ଲାଗିଥିଲା। ଚାରିଆଡ଼େ ଧଳା ଧୂଆଁ ବ୍ୟାପିଗଲା। ଫଳରେ ଆଖପାଖ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପାଣି କାନନ ସାହାଯ୍ୟରେ ଗ୍ୟାସ୍ ଲିକ୍ କୁ ନିୟନ୍ତ୍ରଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+