ବଢ଼ିଲା ପୂଜା ଖେଡକରଙ୍କ ଅଡୁଆ, କାରଣ ଦର୍ଶାଅ ନୋଟିସ ଜାରି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ଅଡୁଆ ଥମିବାର ନାଁ ଧରୁ । ଜାଲିଆତି ମାମଲାର ଅଭିଯୋଗ ପରେ ଏବେ କେନ୍ଦ୍ର ସରକାର ତାଙ୍କୁ ଜବାବ୍ ମାଗିଛନ୍ତି । କେନ୍ଦ୍ର ସରକାରଙ୍କ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ଅର୍ଥାତ ଡିଓପିଟି ପୂଜା ଖେଡକରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ଏହା ସହ ତାଙ୍କୁ ୨ ଅଗଷ୍ଟ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଲାଗିଥିଲା ଅଭିଯୋଗ ଉପରେ ନିଜର ସ୍ଥିତି ସ୍ପଷ୍ଟ କରିବାକୁ କହିଛନ୍ତି । ଅନ୍ୟପଟେ ପୂଜା ଖଡକରଙ୍କ ଜାଲିଆତି ପ୍ରସଙ୍ଗରେ ତଦନ୍ତ କରିବାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଚିବ ମନୋଜ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଜଣିକିଆ କମିଟି ଗଠନ କରାଯାଇଥିଲା । କମିଟି ଇତିମଧ୍ୟରେ ମନ୍ତ୍ରଣାଳୟକୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ୨୦୨୩ ବ୍ୟାଚ୍ ଟ୍ରେନି ଆଇଏଏସ ପୂଜାଙ୍କୁ ମହାରାଷ୍ଟ୍ରର ପୁଣେ ସହରରେ ସହକାରୀ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ତାଙ୍କର ଜାଲିଆତି କାରବାର ପଦାରେ ପଡିଥିଲା ।

ପୂଜା ନିଜର ବ୍ୟକ୍ତିଗତ ର୍କାରେ ନାଲିବତି ଖଞ୍ଜିଥିବାବେଳେ ଅନ୍ୟ ଜଣେ ସହକାରୀ ଜିଲାପାଳଙ୍କ ପ୍ରକୋଷ୍ଠକୁ ମାଡିବସିଥିଲେ । ଅତ୍ୟଧିକ କ୍ଷମତା ଲୋଭ ଏବଂ ଔଦ୍ଧତ୍ୟ ପୂଜାଙ୍କୁ ବିବାଦୀୟ କରିଦେଇଥିଲା । ପୁଣେ ଜିଲାପାଳଙ୍କ ସୁପାରିସକୁ ଆଧାର କରି ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବ ପୂଜାଙ୍କୁ ୱାଶିମ ଜିଲାକୁ ବଦଳି କରିଥିଲେ ।
ପରବର୍ତ୍ତୀ ସମୟରେ ପୂଜାଙ୍କ ଏକାଧିକ ଜାଲିଆତି ଲୋକଲୋଚନକୁ ଆସିଥିଲା । ଜାଲ୍ ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଦାଖଲ କରି ପୂଜା ସିଭିଲ ସର୍ଭିସ ପାଇଁ ଏକାଧିକ ସୁଯୋଗ ହାସଲ କରିଥିଲେ । ଏଥିସହିତ ସର୍ବଭାରତୀୟସ୍ତରରେ ୮୨୧ ୠାଙ୍କ ରଖିଥିବା ସତ୍ତ୍ୱେ ସେ ଆଇଏଏସ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।












Click it and Unblock the Notifications