ପଞ୍ଚାୟତିରାଜ ବ୍ୟବସ୍ଥା ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତର ଆଧାର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପଞ୍ଚାୟତିରାଜ ବ୍ୟବସ୍ଥା ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତର ଆଧାର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ଅବସରରେ କହିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥା' ପ୍ରଶାସନରେ ପାରଦର୍ଶିତା ଆଣିବାରେ ସହାୟକ ହୋଇପାରିଛି ଏବଂ ଏହା ଭବିଷ୍ୟତରେ ଗାଁର ବିକାଶ ଓ ସଶକ୍ତୀକରଣ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ସହାୟକ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି । ଦେଶର ବିକାଶ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ।

ସୌରଶକ୍ତି, ସବୁଜ ଶକ୍ତି, ପରିବେଶ ସଂରକ୍ଷଣ ଆଦି ଦିଗରେ ପଞ୍ଚାୟତଗୁଡ଼ିକ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ଏହା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ମହତ୍ତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ମହିଳା ସରପଞ୍ଚମାନଙ୍କୁ ନିର୍ଭୀକ ହୋଇ ନିଜର
କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ, ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ବିଭିନ୍ନ ବର୍ଗରେ ଆଜି ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ପୁରସ୍କୃତ କରାଯାଇଛି ।

President Draupadi Murmu

ଏଥିରେ ଓଡ଼ିଶାକୁ ୭ଟି ବର୍ଗରେ ପୁରସ୍କାର ମିଳିଛି । ଗଞ୍ଜାମ ଜିଲ୍ଲାର ରଂଗେଇଲୁଣ୍ଡା ବ୍ଲକ୍‍ କେଳୁଆପଲ୍ଲୀକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ପୁରସ୍କାର, ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‍ ସାହାପୁର ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଳାର ବଣାଇଗଡ଼ ବ୍ଲକ୍‍ କେନ୍ଦ୍ରୀକେଲା ପଞ୍ଚାୟତକୁ ଅଙ୍ଗାରକାମ୍ଳମୁକ୍ତ ବିଶେଷ ପଞ୍ଚାୟତ, ଗଞ୍ଜାମର ଛତ୍ରପୁର ଶ୍ରେଷ୍ଠ ବ୍ଲକ୍‍ ଓ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର ପାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+