For Quick Alerts
Turn On Notification  
For Daily Alerts
Oneindia App Download

ମୁସଲିମ ବ୍ୟବସାୟୀଙ୍କୁ ବୟକଟ, ଜିନିଷ କିଣିବେନି ହିନ୍ଦୁ ଗ୍ରାହକ

ହରିୟାଣାରେ ମୁସଲିମ ବ୍ୟବସାୟୀଙ୍କୁ ବୟକଟ କରାଯାଇଛି । ପଞ୍ଚାୟତରେ ନିଆଯାଇଛି ଏଭଳି ନିଷ୍ପତ୍ତି। ଲୋକଙ୍କୁ ମୁସଲିମ ବ୍ୟବସାୟୀଙ୍କ ଠାରୁ କୌଣସି ପ୍ରକାର ସାମଗ୍ରୀ କିଣିବାକୁ ବାରଣ କରିଛନ୍ତି ।

|

ଚଣ୍ଡୀଗଡ: ଦେଶରେ ପ୍ରତ୍ୟକ ଦିନ ବଢୁଛି ସାମ୍ପ୍ରଦାୟିକ ହିଂସା । ବିଭିନ୍ନ କାରଣ ନେଇ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ମୁହାଁମୁହିଁ ହେଉଛନ୍ତି । ଏହି ସମୟରରେ ହରିୟାଣାରେ ମୁସଲିମ ବ୍ୟବସାୟୀଙ୍କୁ ବୟକଟ କରାଯାଇଛି । ପଞ୍ଚାୟତରେ ନିଆଯାଇଛି ଏଭଳି ନିଷ୍ପତ୍ତି। ଲୋକଙ୍କୁ ମୁସଲିମ ବ୍ୟବସାୟୀଙ୍କ ଠାରୁ କୌଣସି ପ୍ରକାର ସାମଗ୍ରୀ କିଣିବାକୁ ବାରଣ କରିଛନ୍ତି । କୌଣସି ମୁସଲିମ ବ୍ୟକ୍ତି ବଜାରରେ ଜିନିଷ ବିକି ପାରିବେ ନାହିଁ ସେ ନେଇ ରୋକ ଲଗାଯାଇଛି।

hindu

ହରିୟାଣାର ମନେସର ସ୍ଥିତ ଏକ ମନ୍ଦିରରେ ଏହି ପଞ୍ଚାୟତ ବସିଥିଲା । ଏଥିରେ ବଜରଙ୍ଗ ଦଳ, ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟଙ୍କ ସମେତ ଆଖପାଖ ଗ୍ରାମର ଦୁଇ ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ । ପଞ୍ଚାୟତରେ ଅଭିଯୋଗ ହୋଇଥିଲା ଯେ, ସ୍ଥାନୀୟ ଅଞ୍ଚଳର ଅନେକ ମୁସଲିମ ସମ୍ପ୍ରଦାୟର ଲୋକେ ହିନ୍ଦୁ ଦେବାଦେବୀଙ୍କ ନାମରେ ଦୋକାନ ଚଳାଉଛନ୍ତି । ବିଶେଷକରି ଏଥିରେ ଅଧିକ ସଂଖ୍ୟକ ଜୁସ୍ ଦୋକାନ ଏବଂ ସେଲୁନ ଭଳି ଦୋକାନ ରହିଛି ।

ଏଭଳି ହିନ୍ଦୁ ନାମରେ ଦୋକାନ ଖୋଲିବା ଏକ ଷଡଯନ୍ତ୍ର ବୋଲି ପଞ୍ଚାୟତରେ କୁହାଯାଇଛି। ଏହାସହ ସେମାନଙ୍କ ଜିନିଷ ବୟକଟ କରିବାକୁ ଲୋକଙ୍କୁ ଆହ୍ବାନ କରାଯାଇଛି । ଏପରିକି ପଞ୍ଚାୟତ ସଦସ୍ୟ ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏଥିରେ ଦାବି କରିଯାଇଛି ଯେ, ''ଏହି ମୁସଲିମ ଦୋକାନୀମାନେ ବେଆଇନ ଭାବେ ଅଞ୍ଚଳରେ ରହିଆସୁଛନ୍ତି। କେବଳ ଏତିକି ନୁହେଁ ଏଠିକାର ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଉସକାଉଛନ୍ତି । ତେଣୁ ଏ ଦିଗରେ ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସେମାନଙ୍କୁ ଉଚ୍ଛେଦ କରାଯାଉ ।''

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The participants submitted a memorandum alleging that Muslims were illegally staying in the area and were involved in religious conversions.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X