ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ଗାଡ଼ି ଉପରେ ଆକ୍ରମଣ
କୋଲକତା:ନିର୍ବାଚନ ପୂର୍ବରୁ ହିଂସା କାଣ୍ତ । ପଶ୍ଚିମବଙ୍ଗର କୁଚବିହାରଠାରେ କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ କାର ଉପରେ ଆକ୍ରମଣ । ଟିଏମସି ସମର୍ଥକ ତାଙ୍କ ଗାଡି ଉପରେ ଆକ୍ରମଣ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ପୋଲିସ ଉପସ୍ଥିତିରେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି ।
ସୂଚନା ଅନୁସାରେ, ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ଦିନଠାରୁ ପଶ୍ଚିମଙ୍ଗର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଥିବା ବେଳେ ନମାଙ୍କନ ଯାଞ୍ଚର ଶେଷ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ଆଜି କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ଉପସ୍ଥିତିରେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଉପସ୍ଥିତିରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଉପରକୁ ବିରୋଧି ଆକ୍ରମଣ କରିଥିଲେ ।

କେନ୍ଦ୍ର ମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବିଜେପି ରାଜ୍ୟ ସଭାପତି ସୁକାନ୍ଚ ମଜୁମଦାର ରାଜ୍ୟପାଳ ସିଭି
ଆନନ୍ଦ ବୋଷଙ୍କୁ ସୂଚନା ଦେଇଛନ୍ତି । ତେବେ ଖୁବ ଶୀଘ୍ର ହିଂସାକୁ ରୋକିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ରାଜ୍ୟପାଳ କହିଛନ୍ତି ।
ସେହିପରି ଲଗାତାର ଦୁଇ ଦିନ ହେବ ବୋମା ଜବତ କରାଯାଇଛି । ଏହାପୂର୍ବରୁ ଶୁକ୍ରବାର ମଧ୍ୟ ଟିଏମସି କାର୍ଯ୍ୟାଳୟ ପଛରେ ଥିବା ଏକ ଘରୁ ୨୦ଟି ବୋମା ଜବତ କରାଯାଇଥିଲା ।












Click it and Unblock the Notifications