ବିହାର ପରେ ସାରା ଦେଶରେ ଲାଗୁ ହେବ SIR !
ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ଲାଗୁ ହେବ SIR । ବିହାର ପରେ ସାରା ଦେଶରେ ଏସଆଇଆର ଲାଗୁ ନେଇ ନିର୍ବାଚନ କମିଶନ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ । ନୂଆଦିଲ୍ଲୀରେ ସବୁ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ । ନିକଟରେ ବିହାରରେ ହୋଇଥିବା ଏସଆଇଆର ବେଳେ ୧୧ଟି ଡକ୍ୟୁମେଣ୍ଟ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ନିର୍ବାଚନ କମିଶନ । ବିହାରରେ ଏସଆଇଆରକୁ ନେଇ ବିରୋଧୀ ଦଳ ରାଜନୀତିକ ପ୍ରସଙ୍ଗ କରିଥିବାବେଳେ ସାରା ଭାରତରେ ଏଭଳି ଅଭିଯାନ କରିବାକୁ ନିଷ୍ପତ୍ତି ହୋଇଛି ।
ଏହି ଏସଆଇଆର ଜରିଆରେ ବେଆଇନ୍ ଅନୁପ୍ରବେଶକାରୀମାନଙ୍କୁ ବାଦ୍ ଦିଆଯିବ । ବାଂଲାଦେଶ ଓ ମିଆଁମାରରୁ ଅନେକ ଅନୁପ୍ରବେଶକାରୀ ବିଭିନ୍ନ ରାଜ୍ୟର ଭୋଟର ତାଲିକାରେ ଥିବା ସୂଚନା ମିଳିଛି । ରାଜ୍ୟ ବାହାରୁ ଏବେ ଯେଉଁମାନେ ଭୋଟର ତାଲିକାରେ ସାମିଲ୍ ହେବାକୁ ଚାହିଁବେ ସେମାନଙ୍କୁ ଅତିରିକ୍ତ ଘୋଷଣାପତ୍ର ଦେବାକୁ ପଡ଼ିବ ।

୧୯୮୭ ଜୁଲାଇ ପହିଲା ପୂର୍ବରୁ ଜନ୍ମିତ ବ୍ୟକ୍ତିମାନେ ସେମାନଙ୍କ ଜନ୍ମସ୍ଥାନର ପ୍ରମାଣପତ୍ର ଦେବାକୁ ପଡ଼ିବ । ସେହିପରି ୧୯୮୭ ଜୁଲାଇ ୧ରୁ ୨୦୦୪ ଡିସେମ୍ବର ୨ ମଧ୍ୟରେ ଜନ୍ମିତ ବ୍ୟକ୍ତିଙ୍କୁ ସେମାନଙ୍କ ପିତାମାତାଙ୍କ ଜନ୍ମସ୍ଥାନର ପ୍ରମାଣ ପତ୍ର ଦେବାକୁ ପଡ଼ିବ । ଯାହାଫଳରେ ବିଦେଶୀ ନାଗରିକମାନେ ଭୋଟର ତାଲିକାରେ ସାମିଲ୍ ହୋଇପାରିବେ ।












Click it and Unblock the Notifications