ଗୋଆ ନିର୍ବାଚନ ଇତିହାସରେ ପ୍ରଥମ, ଉଦ୍ୟୋଗପତି ପଲ୍ଲବୀଙ୍କୁ ଟିକେଟ ଦେଲା ବିଜେପି
ନୂଆଦିଲ୍ଲୀ: ଇତିହାସ ରଚିଲେ ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପଲ୍ଲବୀ ଡେମ୍ପୋ । ସେ ଗୋଆ ନିର୍ବାଚନୀ ଇତିହାସରେ ବିଜେପିର ପ୍ରଥମ ମହିଳା ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ । ଗତକାଲି ଆଗାମୀ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ତାଲିକାରେ ୧୧୧ ପ୍ରାର୍ଥୀଙ୍କ ନଁ ଘୋଷଣା କରିଛି ବିଜେପି ।
ଏହ ତାଲିକାରେ ଦକ୍ଷିଣ ଗୋଆରୁ ଡେମ୍ପୋଙ୍କ ନାମ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି ବିଜେପି । ଗୋଆ ନିର୍ବାଚନ ଇତିହାସରେ ସେ ହେଉଛନ୍ତି ପ୍ରଥମ ମହିଳା ପ୍ରାର୍ଥୀ ଯିଏ ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ଗୋଆ ଉଦ୍ୟୋଗୀ ତଥା ଶିକ୍ଷାବିତ୍ ପଲ୍ଲବି ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପୁଣେର ଏମଆଇଟି ରୁ ବ୍ୟବସାୟ ପରିଚାଳନା (ଏମବିଏ) ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ସେ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜର ମିଡିଆ ଏବଂ ରିଏଲ ଇଷ୍ଟେଟ ଶାଖାର ତଦାରଖ କରନ୍ତି ।ସୂଚନାଯୋଗ୍ୟ, ଦକ୍ଷିଣ ଗୋଆ ଆସନ ବର୍ତ୍ତମାନ କଂଗ୍ରେସ ନେତା ଫ୍ରାନ୍ସିସ୍କୋ ସରଦିହ୍ନ ପ୍ରତିନଧିତ୍ୱ କରୁଛନ୍ତି । ୧୯୬୨ ପରଠାରୁ ଭାଜପା କେବଳ ଦୁଇଥର ଏହି ଆସନ ଜିତିଛି ।
ସୂଚନାଯୋଗ୍ୟ, ୨୦ ଟି ବିଧାନସଭା ଆସନ ଦକ୍ଷିଣ ଗୋଆ ଲୋକ ସଭା ଆସନ ଅଧୀନରେ ଆସେ । ପୂର୍ବ ନିର୍ବାଚନରେ କେବଳ ମହାରାଷ୍ଟ୍ରବାଦି ଗୋମାନ୍ତକ ପାର୍ଟି, ୟୁନାଇଟେଡ ଗୋଅନ୍ସ ପାର୍ଟି ଏବଂ କଂଗ୍ରେସରୁ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ତେବେ ୧୯୯୯ ଏବଂ ୨୦୧୪ ନିର୍ବାଚନରେ ବିଜେପି ଏହି ଆସନ ଜିତିଥିଲା, କିନ୍ତୁ ଏହାକୁ ବଜାୟ ରଖିପାରି ନ ଥିଲା ।












Click it and Unblock the Notifications