ତୁର୍କୀକୁ ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ, ଏୟାରଲାଇନ୍ସ ସହ ଚୁକ୍ତି ବାତିଲ ପାଇଁ ଇଣ୍ଡିଗୋକୁ ନିର୍ଦେଶ କେନ୍ଦ୍ର ସରକାର
'ଅପରେସନ ସିନ୍ଦୂର' ସମୟରେ ପାକିସ୍ତାନକୁ ସାମରିକ ସହାୟତା ଦେବା ନେଇ ତୁର୍କୀ ଏୟାରଲାଇନ୍ସ ସହ ସମସ୍ତ ଚୁକ୍ତି ବାତିଲ କରିବା ପାଇଁ କେନ୍ଦ୍ର ସରକାର ଇଣ୍ଡିଗୋକୁ ନିର୍ଦେଶ ଦେଇଛନ୍ତି। ଇଣ୍ଡିଗୋକୁ ତିନି ମାସ ମଧ୍ୟରେ ତୁର୍କୀ ଏୟାରଲାଇନ୍ସ ସହିତ ବିମାନ ଲିଜ୍ ଚୁକ୍ତିନାମା ସମାପ୍ତ କରିବାକୁ କୁହାଯାଇଛି । ଦିଲ୍ଲୀ ସମେତ ଭାରତର ନଅଟି ପ୍ରମୁଖ ବିମାନବନ୍ଦରରେ ମାଲ ପରିବହନ ସେବା ପରିଚାଳନା କରୁଥିବା ତୁର୍କୀ ଫାର୍ମ ସେଲେବି ଆଭିଏସନ୍ ପାଇଁ ସରକାର ସୁରକ୍ଷା କ୍ଲିୟରାନ୍ସ ପ୍ରତ୍ୟାହାର କରିବାର କିଛି ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ତୁର୍କୀ ଏୟାରଲାଇନ୍ସରୁ ଦୁଇଟି ବୋଇଂ ୭୭୭ ଭଡ଼ାରେ ନେଇ ପରିଚାଳନା କରିବା ପାଇଁ ଇଣ୍ଡିଗୋକୁ ମେ' ୩୧ ପର୍ଯ୍ୟନ୍ତ ଅନୁମତି ଥିଲା। ତେବେ ଇଣ୍ଡିଗୋ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଠାରୁ ୬ ମାସ ସମୟ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲା। ମନ୍ତ୍ରଣାଳୟ ଏହି ଅନୁମତି ଦେବାକୁ ମନା କରିଦେଇଛି। ତଥାପି ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ 'ତୁରନ୍ତ ଉଡ଼ାଣ ବ୍ୟାଘାତ ଯୋଗୁଁ ଯାତ୍ରୀଙ୍କ ଅସୁବିଧାକୁ ଏଡାଇବା ପାଇଁ ଇଣ୍ଡିଗୋକୁ ଅଗଷ୍ଟ ୩୧ ପର୍ୟ୍ୟନ୍ତ ତିନି ମାସ ଅନୁମତି ଦିଆଯାଇଛି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏହାକୁ ଆଉ ବଢ଼ାଯିବ ନାହିଁ। ଏହି ବର୍ଦ୍ଧିତ ଅବଧି ମଧ୍ୟରେ ଇଣ୍ଡିଗୋ ତୁର୍କୀ ଏୟାରଲାଇନ୍ସ ସହିତ ଲିଜ୍ ସମାପ୍ତ କରିବ ଏବଂ ଆଗକୁ ଆଉ ସମୟ ମାଗିବ ନାହିଁ।












Click it and Unblock the Notifications