ବିଚଳିତ ପାକ୍; ଭାରତକୁ ପରମାଣୁ ଧମକ ଦେଲେ ପାକିସ୍ତାନ ରାଷ୍ଟ୍ରଦୂତ

ପାକିସ୍ତାନର ପରମାଣୁ ଆକ୍ରମଣ ଧମକ । ଯଦି ଭାରତ ମିଲିଟାରୀ କାର୍ଯ୍ୟାନୁଷ୍ଠାନ ନିଏ, ତେବେ ପୂରା ଦମରେ ଜବାବ ଦେବ ପାକିସ୍ତାନ । ଆବଶ୍ୟକ ସ୍ଥଳେ ପରମାଣୁ ବୋମା ବ୍ୟବହାର କରିବାରୁ ପାକିସ୍ତାନ ପଛାଇବ ନାହିଁ । ଏଭଳି କହିଛନ୍ତି ଋଷରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତ ମହମ୍ମଦ ଖଲିଦ ଜମାଲି ।

pakistan

ଏଥିସହ ଭାରତ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ତଥ୍ୟ ଲିକ୍ ହୋଇଥିବା କହିଛନ୍ତି ପାକିସ୍ତାନ ରାଷ୍ଟ୍ରଦୂତ । ଏକ ଟିଭି ସାକ୍ଷାତକାରରେ ମହମ୍ମଦ ଖଲିଦ ଜମାଲି କହିଛନ୍ତି, ଲିକ୍ ହୋଇଥିବା ଭାରତର କିଛି ଡକ୍ୟୁମେଣ୍ଟରୁ ଭାରତ ପାକିସ୍ତାନର କିଛି ଅଞ୍ଚଳରେ ଆକ୍ରମଣ କରିବ ବୋଲି ସୂଚନା ମଳିଛି । ଯେତେବେଳେ ଭାରତ-ପାକିସ୍ତାନ କଥା ଆସେ ସେତେବେଳେ କାହାର କେତେ ଶକ୍ତି ଦେଖାଯାଏ ନାହିଁ । କାରଣ ଦୁଇ ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି । ଭାରତ ଆକ୍ରମଣ କଲେ ପାକିସ୍ତାନ ପରମାଣୁ ଅସ୍ତ୍ର ସହ ପୂରା ଦମରେ ଜବାବ ଦେବ ବୋଲି କହିଛନ୍ତି ପାକିସ୍ତାନୀ ରାଷ୍ଟ୍ରଦୂତ ।

ସେପଟେ ଭାରତ ପାକିସ୍ତାନ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସିରେ ପୁଣି ଗୁଳି ବିନିମୟ । ଲଗାତର ୧୦ ଦିନ ହେବ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । କୁପୱାଡା, ବାରମୂଲା, ଅଖନୌର, ପୁଞ୍ଛ୍, ରଜୌରୀ, ମେଣ୍ଡର ଓ ସୁନ୍ଦରବନୀରେ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସୀମାରେ ପାକିସ୍ତାନ ପଟୁ ଫାୟାରିଂ ହୋଇଥିବା ବେଳେ ଭାରତୀୟ ଯବାନ ଏହାର କଡ଼ା ଜବାବ ଦେଇଛନ୍ତି । ଗତ ଏପ୍ରିଲ ୨୨ତାରିଖରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଲଗାତର ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ । ପ୍ରତି ରାତିରେ ଗୁଳିମାଡ଼ କରୁଥିବା ବେଳେ ଭାରତୀୟ ସେନା ଏହାର ମୁହଁତୋଡ଼ ଜବାବ ଦେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+