ଏହି ତାରିଖ ସୁଦ୍ଧା ଭାରତ ଛାଡିବେ ପାକିସ୍ତାନୀ, ଭାରତୀୟଙ୍କୁ ଯଥାଶୀଘ୍ର ପାକିସ୍ତାନରୁ ଫେରିବାକୁ ନିର୍ଦ୍ଦେଶ

ଦୀଘା ରେଳଷ୍ଟେସନ ନିକଟରେ ୨୦ ଏକର ଜାଗାରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ନୂତନ ଅନ୍ୟ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ଶେଷ ହୋଇଛି l ଆସନ୍ତା ପବିତ୍ର ଅକ୍ଷୟ ତୃତୀୟାରେ ଏହି ନୂତନ ଜଗନ୍ନାଥ ମନ୍ଦିରରେ ଭଗବାନ ବଳଭଦ୍ର, ମା' ସୁଭଦ୍ରା ଓ ଶ୍ରୀଜଗନ୍ନଥଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି l

Pakistanis

ମମତା ବାନାର୍ଜୀ ଡିସେମ୍ବର ୨୦, ୨୦୧ ୮ ମସିହାରେ ଦୀଘାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଏଠାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ ବୋଲି ଉଚ୍ଚ ପ୍ରଶାସନିକ ବୈଠକରେ ଘୋଷଣା କରିଥିଲେ l ୨୦୨୨ ମସିହାରେ ପ୍ରଥମେ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ବଙ୍ଗ ସରକାର ୨ ଶହ କୋଟି ଟଙ୍କା ଅର୍ଥ ମଞ୍ଜୁର କରି ଖୁବଶୀଘ୍ର ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ l ୬୫ ଫୁଟ ଉଚ୍ଚର ଏହି ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ହିଡ଼କୋ ସଂସ୍ଥା ହାତକୁ ନେଇଥିବାବେଳେ ରାଜସ୍ଥାନର ନାମୀ ମାର୍ବଲ ପଥରରେ ଶ୍ରୀଜଗନ୍ନାଥ ମନ୍ଦିର ସହ ଆଠଟି ମନ୍ଦିର ନିର୍ମିତ ହୋଇଛି l ମେଘନାଦ ପ୍ରାଚେରୀ ଭଳି ପ୍ରଥମ ମନ୍ଦିରରେ ପ୍ରଭୁ ବଳଭଦ୍ର, ମା' ସୁଭଦ୍ରା ଓ ଭଗବାନ ଶ୍ରୀ ଜଗନ୍ନାଥ ପଥରରେ ମୂର୍ତ୍ତି ରହିଥିବାବେଳେ ମନ୍ଦିରର ୪ ଦ୍ୱାର ସହ ୨ ୟ ମନ୍ଦିରରେ ମା' ଲକ୍ଷ୍ମୀଙ୍କ ମନ୍ଦିର, ସମ୍ମୁଖ ଭାଗରେ ଗରୁଡ଼ ସ୍ତମ୍ଭ, ରୋଷେଇଶାଳ, ବିଶ୍ରାମଗାର ଓ ଅତିଥିଶାଳା ରହିଛି l ମନ୍ଦିର ପ୍ରାଚେରୀ ଦୀଘା - ବର୍ଡ଼ର ରାସ୍ତା ଦକ୍ଷିଣ ପଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଲାଗି ଅନ୍ୟ ଏକ ନୂତନ ପାର୍କ ନିର୍ମାଣ କରାଯାଇଛିl

ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ମୁଖ୍ୟ ସଚିବଙ୍କ ସହ ଜିଲା ମାଜିଷ୍ଟ୍ରେଟ, ଏସପି, ଇସ୍କନର ମୁଖ୍ୟ ସହ ୨ ୨ ଜଣିଆ କମିଟି ଗଠନ କରାଯାଇଥିବାବେଳେ ଇସ୍କନ ମନ୍ଦିରର ସମସ୍ତ ପରିଚାଳନା କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+