ଦିଲ୍ଲୀ କାର ବିସ୍ଫୋରଣକୁ ନେଇ ଗୁଗୁଲରେ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ପାକିସ୍ତାନୀ
ଦୀର୍ଘ ୧୪ ବର୍ଷ ପରେ ଦିଲ୍ଲୀରେ ହୋଇଥିବା ଭୟାବହ ବିସ୍ଫୋରଣରେ ଏଯାବତ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି କ୍ଷଣ ମଧ୍ୟରେ ଘଟଣାସ୍ଥଳରେ ଛିଡ଼ା ହୋଇଥିବା ସମସ୍ତଗାଡ଼ି, ଦୋକାନବଜାର ଜଳି ପାଉଁଶ ହୋଇଯାଇଥିଲା।
ଅଧିକପଢ଼ନ୍ତୁ:ବିସ୍ଫୋରଣରେ ବ୍ୟବହୃତ କାର୍ ୧୦ ଦିନ ପୂର୍ବେ ପ୍ରଦୂଷଣ ଯାଞ୍ଚ ପାଇଁ ଯାଇଥିଲା: ସିସିଟିଭିରେ ୩ ଜଣ ଯାତ୍ରୀ ଥିବାର ପ୍ରମାଣ
ଦିଲ୍ଲୀର ଭୟାବହ କାର ବିସ୍ଫୋରଣ ସମ୍ପର୍କରେ ଅଧିକରୁ ଅଧିକ ଖବର ଜାଣିବା ପାଇଁ ଲୋକେ ଗୁଗୁଲ ସର୍ଚ୍ଚର ସାହାରା ନେଉଛନ୍ତି। ଭାରତ ସମେତ ବିଶ୍ବର ମିଡିଆ ସଂସ୍ଥା ସହିତ ପାକିସ୍ତାନ ମିଡିଆ ବି ଏହି ବିସ୍ଫୋରଣ ଘଟଣାକୁ କଭର କରିବାକୁ ଚେଷ୍ଟା କରୁଛି।

ଦିଲ୍ଲୀ କାର ବିସ୍ଫୋରଣକୁ ନେଇ ଗୁଗୁଲରେ ଚାଲିଛି ସର୍ଚ୍ଚ
ପାକିସ୍ତାନୀ ସୋସିଆଲ ମିଡିଆ ବ୍ୟବହାରକାରୀ ଅଧିକମାତ୍ରାରେ ଗୁଗୁଲରେ ଦିଲ୍ଲୀ କାର ବିସ୍ଫୋରଣକୁ ନେଇ ସର୍ଚ୍ଚ କରୁଥିବା ତାଲିକାରେ ରହିଛି, ' କେମିତି ଏହି ବିସ୍ଫୋରଣ ହୋଇଛି, କେତେ କ୍ଷତି ହୋଇଛି, ବିସ୍ଫୋରଣ ଘଟଣାର ଯାଞ୍ଚ କେଉଁ ଦିଗରେ ଆଗକୁ ବଢ଼ୁଛି।
କିଛିବର୍ଷ ପୂର୍ବେ ଅର୍ଥାତ ୨୦୦୮ରେ ଦିଲ୍ଲୀରେ ୨ଥର ବିସ୍ଫୋରଣ ହୋଇଥିଲା। ସେହିବର୍ଷ ସେପ୍ଟେମ୍ବର ୨୭ରେ ମେହରୋଲିର ଫୁଲ ବଜାରରେ ଟିଫିନ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ଆହତ ହୋଇଥିଲେ।












Click it and Unblock the Notifications