ଭାରତରେ ପାକିସ୍ତାନ ରେଞ୍ଜର , ଗିରଫ କଲା ବିଏସଏଫ

ପାକିସ୍ତାନୀ ରେଞ୍ଜର ଗିରଫ। ଗିରଫ କରିଛି ବିଏସଏଫ୍ । ସମ୍ପୃକ୍ତ ପାକିସ୍ତାନୀ ରେଞ୍ଜର ଜଣକ ସୀମା ପାର ହୋଇ ଭାରତ ପଟକୁ ଚାଲିଆସିଥିଲେ । ରାଜସ୍ଥାନର ରାଏସିଂହନଗରରେ ପାକିସ୍ତାନୀ ଯବାନ ଜଣକ ଅନୁପ୍ରବେଶ କରିବା ପରେ ତାଙ୍କୁ ତୁରନ୍ତ ସେଠାରେ ପାଟ୍ରୋଲିଂ କରୁଥିବା ଭାରତୀୟ ସୀମା ସୁରକ୍ଷା ବାହିନୀର ଯବାନ ମାନେ ଧରିପକାଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଛି ।

Pakistani

ସୀମା ସେପଟେ ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ଗିରଫ କରାଯିବାର ପ୍ରାୟ ୧ ସପ୍ତାହ ପରେ ଏହି ଘଟଣା ଘଟିଛି । ବିଏସ୍‌ଏଫ୍‌ ଯବାନଙ୍କୁ ଛାଡ଼ିଦେବା ପାଇଁ ଭାରତ ଯେତେ କହିବା ପରେ ବି ପାକିସ୍ତାନ ତାଙ୍କୁ ଛାଡ଼ୁନାହିଁ । ଦୁଇଦେଶର ସୀମାରେ ଏଭଳି ଘଟଣା ସ୍ୱାଭାବିକ ଭାବେ ଘଟିଥାଏ । କେତେବେଳେ ସୈନ୍ୟ ତ କେତେବେଳେ ସାଧାରଣ ଲୋକ ଭୁଲକ୍ରମେ ସୀମା ପାର୍‌ କରିଥାନ୍ତି । ସେମାନଙ୍କୁ କିଛି ସମୟ ଅଟକ ପରେ ଛଡ଼ାଯାଇଥାଏ ।

ବର୍ତ୍ତମାନ ପହଲଗାମ୍‌ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଥିବାରୁ ଏଭଳି ଘଟିଛି । ଗତ ବୁଧବାର ବିଏସ୍‌ଏଫ୍‌ କନଷ୍ଟେବଳ ପୂର୍ଣ୍ଣମ୍‌ କୁମାର ସ' ଅଜାଣତରେ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ । ଏହାପରେ ତାଙ୍କୁ ସେଠାରେ ତୁରନ୍ତ ଗିରଫ କରାଯାଇଥିଲା । ତାଙ୍କୁ ସୁରକ୍ଷିତ ହସ୍ତାନ୍ତର ପାଇଁ ଅନେକ ପର୍ଯ୍ୟାୟ ଆଲୋଚନା ସତ୍ତେ୍ୱ ସେ ଏବେ ବି ହାଜତରେ ଅଛନ୍ତି । ତେଣୁ ଯେସାକୁ ତେସା ନୀତିରେ ଭାରତ ପାକ୍‌ ରେଞ୍ଜର୍‌ଙ୍କୁ ଅଟକ ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+