ଜୀବନ୍ତ ଧରା ପଡିଲେ ପାକିସ୍ତାନୀ ପାଇଲଟ
ପାକିସ୍ତାନ ବିରୋଧରେ ଭାରତର ପ୍ରଚଣ୍ଡ ହମଲା ଜାରି ରହିଥିବାବେଳେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ଭାରତ ପାକିସ୍ତାନର ଜଣେ ପାଇଲଟଙ୍କୁ ଜୀବନ୍ତ ଧରିବାରେ ସଫଳ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ ଜମ୍ମୁରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହା ସହିତ ପାକିସ୍ତାନୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ଭାରତୀୟ ସୀମାରେ ଆକ୍ରମଣ କରିବା ପାଇଁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି।
ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର ଅଖନୁର ସେକ୍ଟରରେ ଭାରତୀୟ ସେନା ଜଣେ ପାକିସ୍ତାନୀ ଲଢ଼ୁଆ ବିମାନ ପାଇଲଟଙ୍କୁ ଜୀବନ୍ତ ଗିରଫ କରିଥିବା ବେଳେ ରାଜସ୍ଥାନର ଜୟସଲମେର ଜିଲ୍ଲାର ପୋଖରାନ ଅଞ୍ଚଳରେ ଆଉ ଜଣେ ପାଇଲଟଙ୍କୁ ଗିରଫ କରାଯାଇଛି।
ପାକିସ୍ତାନର ଏଫ୍-୧୬ ଘଟର ଜେଟ୍ର ପାଇଲଟ୍ଙ୍କୁ ଭାରତୀୟ ବାହିନୀ ଜୀବନ୍ତ ଧରାପଡ଼ିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଏଫ୍-୧୬ ହେଉଛି ପାକିସ୍ତାନୀ ବାୟୁସେନାର ମୁଖ୍ୟ ଆଧାର ମଧ୍ୟରୁ ଗୋଟିଏ। 2019ରେ ଭାରତର ବାଲାକୋଟ ବାୟୁସେନା ଆକ୍ରମଣ ପରେ ଏହି ବିମାନକୁ ପାକିସ୍ତାନ ବାୟୁସେନା ବ୍ୟବହାର କରିଥିଲା।

ଭାରତ ସୀମାରେ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରି ପାକିସ୍ତାନୀ ଡ୍ରୋନ୍କୁ ସଫଳତାର ସହ ଅବରୋଧ କରିଥିଲା। ଏହି ଆକ୍ରମଣର ଭଗ୍ନାବଶେଷ ଏବେ ଅନେକ ସ୍ଥାନରୁ ଉଦ୍ଧାର କରାଯାଉଛି ଯାହା ପାକିସ୍ତାନୀ ଆକ୍ରମଣକୁ ପ୍ରମାଣିତ କରେ।












Click it and Unblock the Notifications