ପାକିସ୍ତାନ ଅଧିକାରୀଙ୍କୁ ୨୪ ଘଣ୍ଟାରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି ?
ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ ଦିଆଯାଇଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର ଆଉ ଜଣେ ଅଧିକାରୀଙ୍କୁ ଆଜି ଭାରତ ସରକାର୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ ଦେଇଛନ୍ତି। ପାକିସ୍ତାନର ଅଧିକାରୀ ଜଣଙ୍କ ଅଫିସିଆଲ ଷ୍ଟାଟସ ବାହାରକୁ ଯାଇ କାମ କରୁଥିବା ଜଣାପଡ଼ିବା ପରେ ଭାରତ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ପାକିସ୍ତାନ ହାଇକମିଶନର ଚାର୍ଜ ଡି'ଆଫେୟର୍ସଙ୍କୁ ଆଜି ଏହି ମର୍ମରେ ଏକ ଡିମାର୍ଚେ ଜାରି କରାଯାଇଛି। ଭାରତରେ କୌଣସି ପାକିସ୍ତାନୀ କୂଟନୀତିଜ୍ଞ କିମ୍ବା ଅଧିକାରୀ ଯେପରି ସେମାନଙ୍କର ସୁବିଧା ଏବଂ ପଦବୀର ଅପବ୍ୟବହାର ନ କରନ୍ତି ତାହା କଡ଼ାକଡ଼ି ଭାବରେ ନିଶ୍ଚିତ କରିବାକୁ ତାଙ୍କୁ କୁହାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମେ' ୧୩ରେ ଅଫସିଆଲ ଷ୍ଟାଟସ ବାହାରେ କାମ କରୁଥିବା ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ସରକାର ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ ଦେଇଥିଲେ।












Click it and Unblock the Notifications