ଭାରତ ନ ଛାଡ଼ିଲେ ପାକିସ୍ତାନୀ ନାଗରିକଙ୍କୁ ୩ ବର୍ଷ ଜେଲ!
ଜମ୍ମୁ ଓ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ହୋଇଥିବା ଆତଙ୍କବାଦୀ ହମଲା ପରେ ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ହମଲାରେ ପାକିସ୍ତାନ-ସମ୍ପର୍କିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଶାଖା 'ଦି ରେସିଷ୍ଟାନ୍ସ ଫ୍ରଣ୍ଟ' (TRF) ଦାୟିତ୍ୱ ଗ୍ରହଣ କରିଛି। ଫଳରେ, ଭାରତ ସରକାର ପାକିସ୍ତାନୀ ନାଗରିକଙ୍କୁ 'ଭାରତ ଛାଡ଼' ନୋଟିସ ଜାରି କରିଛନ୍ତି, ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦେଶ ନ ଛାଡ଼ିଲେ ସେମାନଙ୍କୁ ୩ ବର୍ଷ ଜେଲ, ୩ ଲକ୍ଷ ଟଙ୍କା ଜୋରିମାନା,
କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ।ସୂଚନା ଅନୁଯାୟୀ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଭାରତ ଛାଡି ନଗଲେ ଯେକୌଣସି ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯିବ। ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ଏବଂ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ହୋଇପାରେ।

ଉଲ୍ଲେଖନୀୟ ଯେ, ସାର୍କ ଭିସାଧାରୀଙ୍କ ପାଇଁ ଭାରତ ଛାଡିବାର ଶେଷ ତାରିଖ ଏପ୍ରିଲ ୨୬ ଥିଲା। ଯେଉଁମାନେ ମେଡିକାଲ ଭିସାଧାରୀ, ସେମାନଙ୍କ ପାଇଁ ଶେଷ ତାରିଖ ଏପ୍ରିଲ ୨୯ ରହିଛି। ରବିବାର ସୁଦ୍ଧା ଭାରତ ଛାଡିବାକୁ ଥିବା ୧୨ଟି ବର୍ଗର ଭିସାଧାରୀମାନେ ହେଉଛନ୍ତି - ଭିସା ଅନ୍ ଆରାଇଭାଲ୍, ବ୍ୟବସାୟ, ଫିଲ୍ମ, ସାମ୍ବାଦିକ, ଟ୍ରାଞ୍ଜିଟ୍, ସମ୍ମିଳନୀ, ପର୍ବତାରୋହଣ, ଛାତ୍ର, ପରିଦର୍ଶକ, ଗୋଷ୍ଠୀ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଏବଂ ଗୋଷ୍ଠୀ ତୀର୍ଥଯାତ୍ରୀ। ୪ ଏପ୍ରିଲରେ କାର୍ଯ୍ୟକାରୀ ହୋଇଥିବା ଇମିଗ୍ରେସନ ଏବଂ ଫରେନର୍ସ ଆକ୍ଟ ୨୦୨୫ ଅନୁଯାୟୀ, ଅଧିକ ସମୟ ରହିବା, ଭିସା ସର୍ତ୍ତାବଳୀ ଉଲ୍ଲଂଘନ କରିବା କିମ୍ବା ପ୍ରତିବନ୍ଧିତ ଅଞ୍ଚଳରେ ଅନଧିକୃତ ପ୍ରବେଶ ପାଇଁ ତିନି ବର୍ଷ ଜେଲ୍ ଦଣ୍ଡ ରହିଛି। ସେଭଳି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଜରିମାନା ହୋଇପାରେ।












Click it and Unblock the Notifications