ଜାମ୍ମୁକାଶ୍ମୀରର ସାମ୍ବା ଇଲାକାରେ ପାକିସ୍ତାନୀ ଡ୍ରୋନ, ତଲାସୀ ଅଭିଯାନ ଜୋର୍ଦାର
ଜାମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲା ନିକଟବର୍ତ୍ତୀ ଆନ୍ତର୍ଜାତିକ ସୀମାରେଖା ନିକଟରେ ଏକ ପାକିସ୍ତାନୀ ଡ୍ରୋନ୍ ସନ୍ଦେହଜନକ ଭାବେ ପ୍ରବେଶ କରିଥିବାରୁ ସୁରକ୍ଷା ବଳ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । ଡାବହୋ ଅଞ୍ଚଳରେ ଶତ୍ରୁପକ୍ଷର ଡ୍ରୋନ୍ ଠାବ କରାଯାଇଥିବା ନେଇ ଗତକାଲି ବିଳମ୍ବିତ ରାତିରେ ସୂଚନା ମିଳିବା ପରେ ଅଧିକ ସଂଖ୍ୟାରେ ସୁରକ୍ଷାବଳ ମୁତୟନ କରାଯିବା ସହ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା ।

ସଂପୃକ୍ତ ଡ୍ରୋନ୍ରୁ ଯେଭଳି ନିଶାଦ୍ରବ୍ୟ କିମ୍ବା ଅସ୍ତ୍ରଶସ୍ତ୍ର ନିକ୍ଷେପ କରାନଯାଇପାରିବ ସେ ନେଇ ସୁରକ୍ଷାବଳ ଗୁଡ଼ିକ ତଲାସୀ ଅଭିଯାନକୁ ଜୋର୍ଦାର କରିଛନ୍ତି। ସେନା, ପୋଲିସ ଏବଂ ସୀମା ସୁରକ୍ଷାବଳ ପକ୍ଷରୁ ଭାଇନଲାହ, ଲାଲାଛକ ଏବଂ ମାଲାନି ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି ।












Click it and Unblock the Notifications