ପାକ୍ ସେନାଙ୍କ ଉପରେ ବଡ଼ ମନ୍ତବ୍ୟ ଦେଲେ ପୂର୍ବ ସେନା ମୁଖ୍ୟ, କହିଲେ ମଦ ପିଇବାକୁ ଆମ ପାଖକୁ ଲୁଚିକି.....
ପାକିସ୍ତାନୀ ସେନାର ଅଧିକାରୀମାନେ ମଦ୍ୟ ପାନ କରିବାକୁ ଲୁଚି ଲୁଚି ଆମ ପାଖକୁ ଆସନ୍ତି। ଏଭଳି ଏକ ରୋଚକ କଥା କହିଛନ୍ତି ପୂର୍ବତନ ଭାରତୀୟ ସ୍ଥଳ ସେନା ଅଧ୍ୟକ୍ଷ ମନୋଜ ମୁକୁନ୍ଦ ନରଭଣେ। ଏକ ଜାତୀୟ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ସେ ଏହା ପ୍ରକାଶ କରିଛନ୍ତି। ନରଭଣେଙ୍କ କହିବା ଅନସୁାରେ, ପାକିସ୍ତାନୀ ସେନାରେ ମଦ୍ୟପାନ କରିବା ଉପରେ ପ୍ରତିବନ୍ଧକ ରହିଛି। ତେଣୁ ପାକିସ୍ତାନୀ ସେନାର ଅଧିକାରୀ ଏବଂ ଯବାନମାନେ ଲୁଚି ଲୁଚି ଏହାର ସେବନ କରନ୍ତି।
ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି ରକ୍ଷାକାରୀ ବାହିନୀରେ ବିଦେଶରେ ଭାରତୀୟ ସୈନ୍ୟମାନଙ୍କ ସହିତ ପାକ୍ ସୈନ୍ୟ ଏବଂ ଅଧିକାରୀମାନେ ମୁତୟନ ହୋଇଥାଆନ୍ତି। ମଦ୍ୟପାନ ପାଇଁ ବାରଣ ହୋଇଥିବାରୁ ସେମାନେ ରାତିରେ ଲୁଚି ଲୁଚି ଆମ ଶିବିରକୁ ଆସନ୍ତି ଏବଂ ମଦ୍ୟ ପାନ ପାଇଁ ଅନୁରୋଧ କରନ୍ତି ବୋଲି ନରଭଣେ କହିଛନ୍ତି ।

ନରଭଣେ ଆହୁରି କହିଛନ୍ତି ଯେ, ସେ ୪ ଦଶନ୍ଧି ପର୍ଯ୍ୟନ୍ତ ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି। ପାକିସ୍ତାନୀ ସେନା ସମ୍ପର୍କରେ ସେ ଅନେକ ତଥ୍ୟ ଦେଇଛନ୍ତି, ଯାହା ସାଧାରଣ ଲୋକଙ୍କୁ ଜଣାନାହିଁ। ନରଭଣେ କହିଛନ୍ତି, ପାକିସ୍ତାନ ସେନା ବାହାରକୁ ଦେଖିବାକୁ ଗୋଟିଏ ପ୍ରକାର ଏବଂ ପରଦା ପଛରେ ଆଉ ଗୋଟିଏ ପ୍ରକାର ଥିଲେ। କିନ୍ତୁ ପାକ୍ ସେନାରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି।












Click it and Unblock the Notifications