ପାକିସ୍ତାନକୁ ମଧ୍ୟ ହିନ୍ଦୁ ରାଷ୍ଟ୍ର ଭାବେ ପରିଣତ କରାଯିବ:ବାବା ବାଗେଶ୍ୱର

Baba Bageswar:ଆଗାମୀ ୧୦ ଦିନ ଧରି ଗୁଜୁରାଟର ବିଭିନ୍ନ ସହରରେ ବାବା ବାଗେଶ୍ୱର ଅର୍ଥାତ୍ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କର କାର୍ଯ୍ୟକ୍ରମ ରହିଛି । ଆରମ୍ଭ ସୁରଟରୁ ହୋଇଛି, ତେବେ ବାବାଙ୍କର କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଓ ଶେଷ ଦିନ ମଧ୍ୟ । ସୁରଟରେ ପ୍ରଥମ ଦିନରେ ନିଜ ଭାଷଣରେ ବାବା ବାଗେଶ୍ୱର ପୁଣିଥରେ ହିନ୍ଦୁ ରାଷ୍ଟ୍ର ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି ।

ବାଗେଶ୍ୱର ଧାମର ପୀଠେଶ୍ୱର ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, "ଯେଉଁ ଦିନ ଗୁଜୁରାଟରେ, ପୁରା ଭାରତରେ ହିନ୍ଦୁମାନେ ମୁଣ୍ଡରେ ତିଲକ ଲଗାଇ ରାସ୍ତାରେ ଯିବେ। ସେଦିନ ଭାରତ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହେବ। କେବଳ ଭାରତକୁ ହିଁ ନୁହେଁ, ପାକିସ୍ତାନକୁ ହିନ୍ଦୁ ରାଷ୍ଟ୍ର ଭାବେ ଗଠନ କରାଯିବ । ପାକିସ୍ତାନ ଅଧିକୃତ କାଶ୍ମୀରକୁ ରାମ ଏବଂ ହିନ୍ଦୁସ୍ତାନର ଆବଶ୍ୟକତା ରହିଛି ।

Baba Bageswar

କେନ୍ଦ୍ର ସରକାର ତାଙ୍କୁ ଦେଇଥିବା 'Y' ବର୍ଗର ସୁରକ୍ଷା ଉପରେ ମଧ୍ୟ ବାବା ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଁ ଆଦିବାସୀ ଅଞ୍ଚଳର ଜଙ୍ଗଲରେ କାର୍ଯ୍ୟକ୍ରମ କରୁଛି । ସେଥିପାଇଁ ଷଡଯନ୍ତ୍ର କରାଯାଉଛି । ସୁରକ୍ଷା ଦିଆଯାଉଛି କାରଣ ସନାତନ ବିରୋଧୀ ବାହିନୀ ସକ୍ରିୟ ଅଛିନ୍ତି ।

୨୬ ମେ' ସୁରଟରେ ବାବା ବାଗେଶ୍ୱର କହିଛନ୍ତି, "ମୋର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ। ମୁଁ କେବଳ ଗୋଟିଏ ଦଳର ଅଟେ। ସେହି ଦଳ ବଜରଙ୍ଗବାଲିଙ୍କର " ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+