ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଅସ୍ତ୍ରବିରତି ଉଲ୍ଲଘଂନ କଲା ପାକିସ୍ତାନ। ସୀମାରେ ଗୁଳିଗୋଳା ବର୍ଷଣ କରୁଛି ପାକିସ୍ତାନ। କିଛି ସମୟର ଅସ୍ତ୍ରବିରତି ପରେ ପୁଣି ଭାରତ ଉପରେ ଆକ୍ରମଣ କଲା ଗାଲୁଆ ପାକିସ୍ତାନ। ହେଲେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା।

ତେବେ ଅଖନୁର, ଆରଏସପୁରା, ଚାମ୍ବା, ଭିମବର ଆଜି ଅଞ୍ଚଳରେ ପାକିସ୍ତାନ ପଟୁ ଗୁଳିମାଡ ହେଉଛି । ଖାଲି ସେତିକି ନୁହେଁ ଡ୍ରୋନ ଆକ୍ରମଣ ମଧ୍ୟ ହେଉଥିବା ସ୍ଥାନୀୟ ଲୋକେ କହିବା ସହ କାଶ୍ମୀର ଉପତ୍ୟାକାରେ ପ୍ରବଳରୁ ପ୍ରବଳ ଡ୍ରୋନ ଆକ୍ରମଣ ହେଉଥିବା ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଆଜି ଭାରତ-ପାକିସ୍ତାନ ଭିତରେ ଅସ୍ତ୍ରବିରତି ନେଇ ଘୋଷଣା ହୋଇଥିଲା । ଲଗାତାର ଦୁଇ ଦେଶ ଭିତରେ ଉତ୍ତେଜନା ସ୍ଥିତିରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିବା ବେଳେ ପୁଣି ଏବେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ ।












Click it and Unblock the Notifications