ପୁଣି ଭାରତ ବିରୋଧରେ ବଡ ଷଡ଼ଯନ୍ତ୍ର କରିଛି ଅତାଙ୍କୀ ଦେଶ ପାକିସ୍ତାନ, ସୀମାରେ ହାଇ ଆଲର୍ଟ !

ବିଏସଏଫର ବଡ଼ ସୂଚନା । ସୀମା ଆରପାରିରେ ପୁଣି ସକ୍ରିୟ ଆତଙ୍କବାଦୀ କ୍ୟାମ୍ପ । ପାକିସ୍ତାନ ସୀମାରେ ଜୈସ-ଇ-ମହମ୍ମଦର ୯ଟି ନୂଆ ଆଡ୍ଡା ଥିବା ସୂଚନା ମିଳିଛି । ଅପରେସନ୍ ସିନ୍ଦୂର ପରେ ପୁଣି ଷଡ଼ଯନ୍ତ୍ର କରୁଛି ପାକିସ୍ତାନ । ଘଟଣା ପରେ ହାଇ-ଆଲର୍ଟରେ ଅଛି ଭାରତୀୟ ସେନା । ଅନୁପ୍ରବେଶ ରୋକିବାକୁ କଡ଼ା ପହରା ଦିଆଯାଉଛି । ପାକିସ୍ତାନ ସୀମା ଭିତରେ ଅତିକମରେ ଜୈସ-ଇ-ମହମ୍ମଦର ୯ ଆତଙ୍କବାଦୀ ଆଡ୍ଡା ବା ଲଞ୍ଚ ପ୍ୟାଡ୍' ପୁଣି ସକ୍ରିୟ ଥିବା ବିଏସଏଫ ପକ୍ଷରୁ କୁହାଯାଇଛି । ଗତ ମେ ମାସରେ ଭାରତର 'ଅପରେସନ୍ ସିନ୍ଦୂର' ପରେ ବ୍ୟାପକ କ୍ଷତି ପରେ ଆଡ୍ଡାଗୁଡ଼ିକ ୪ରୁ୫ ମାସ ଧରି ବନ୍ଦ ଥିଲା । କିନ୍ତୁ ଏବେ ସେଠାରେ ପୁଣି ଆତଙ୍କବାଦୀଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଛି । ଆଡ୍ଡାଗୁଡ଼ିକ ଜମ୍ମୁ ସୀମାର ସାମ୍ବା ଓ କଠୁଆ ଜିଲ୍ଲା ସଂଲଗ୍ନ ପାକିସ୍ତାନୀ ଅଞ୍ଚଳରେ ରହିଛି ।

Pakistan

ଆତଙ୍କବାଦୀ ଭାରତକୁ ପଶିବା ପାଇଁ ଏହି ସ୍ଥାନଗୁଡ଼ିକୁ ବ୍ୟବହାର କରୁଛନ୍ତି । କିନ୍ତୁ ବିଏସଏଫ୍ ର ଆଲର୍ଟରେ ଥିବାରୁ ସେମାନେ ସଫଳ ହୋଇପାରୁ ନାହାନ୍ତି । ମଇ ୭ ତାରିଖରେ ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନର ଲଞ୍ଚ ପ୍ୟାଡ୍ କୁ ଧ୍ୱଂସ କରିଥିଲ । କିନ୍ତୁ ଏବେ ପାକିସ୍ତାନ ବିକଳ୍ପ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବିଏସଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସୀମାବର୍ତ୍ତୀ ଅଞ୍ଚଳର ସୁରକ୍ଷା ସମୀକ୍ଷା କରିଛନ୍ତି । ସୀମା ନିକଟରେ ଥିବା ପ୍ରାୟ ୨୪ଟି ଗାଁରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି । ଜମ୍ମୁ-କାଶ୍ମୀର ପୋଲିସ ଓ ବିଏସଏଫ୍ ମିଳିତ ଭାବେ "ଜିରୋ ଇନଫିଲଟ୍ରେସନ୍" ଲକ୍ଷ୍ୟରେ କାମ କରୁଛନ୍ତି । ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ହାମଲା ପରେ ବଦଲା ନେବାକୁ ଭାରତ କରିଥିଲା ଅପରେସନ୍ ସିନ୍ଦୂର । ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ମୁଖ୍ୟାଳୟ ଓ ଲଞ୍ଚ ପ୍ୟାଡ୍ ଉପରେ ମିସାଇଲ୍ ମାଡ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+