ପାକିସ୍ତାନର ସଙ୍ଗୀନ ଅଭିଯୋଗ , ଟ୍ରେନ୍ ହାଇଜାକ୍ ପଛରେ ଭାରତର ହାତ

ପାକ୍ ଟ୍ରେନ୍ ହାଇଜାକକୁ ନେଇ ଭାରତ ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ପାକିସ୍ତାନ । ହାଇଜାକ୍ ପଛରେ ଭାରତର ହାତ ଅଛି ବୋଲି ଅଭିଯୋଗ କରିଛି ପାକିସ୍ତାନ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ପରାମର୍ଶଦାତା ରାଣା ସାନାଉଲ୍ଲା ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ବିଦ୍ରୋହିଙ୍କ କବଳରୁ ଯାତ୍ରୀଙ୍କୁ ବଞ୍ଚାଇବାର ବିଫଳତାକୁ ଲୁଚାଇବା ପାଇଁ ଭିତ୍ତିହୀନ ଅଭିଯୋଗ ଆଣିଛି ପାକିସ୍ତାନ ।

ମଙ୍ଗଳବାର ବଲୋଚ ବିଦ୍ରୋହୀମାନେ ପାକିସ୍ତାନରେ ଏକ ଟ୍ରେନ୍ ଅପହରଣ କରିଥିଲେ। ପାକିସ୍ତାନ ସରକାର ଭାରତ ବିରୋଧରେ ଅତ୍ୟନ୍ତ ଅଜବ ଓ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ରାଜନୈତିକ ପରାମର୍ଶଦାତା ରାଣା ସନାଉଲ୍ଲା ବିଏଲଏ ଏବଂ ଟିଟିପିର ସମର୍ଥନ ପାଇଁ ଭାରତକୁ ଦାୟୀ କରିଛନ୍ତି।

Pakistan s PM Shahbaz Sharif

ଏସବୁ ପଛରେ ଭାରତର ହାତ ଥିବା ସନ୍ଦେହ ନାହିଁ ବୋଲି ସେ କହିଛନ୍ତି। ଡନ୍ ନ୍ୟୁଜ୍ ସହ କଥାବାର୍ତ୍ତା ବେଳେ ସେ ଏହି ବୟାନ ଦେଇଛନ୍ତି। ଏହାପରେ ଆଙ୍କର ବାଧା ଦେଇ ସ୍ପଷ୍ଟ କରିଥିଲେ ଯେ ଆପଣ ବାଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ)କୁ ମିଳିଥିବା ସମର୍ଥନ ବିଷୟରେ କହୁଛନ୍ତି ।

ପାକିସ୍ତାନର ଡନ ଟିଭି ଉପସ୍ଥାପକ ସନାଉଲ୍ଲାହଙ୍କୁ ପ୍ରଶ୍ନ କରିଥିଲେ ଯେ, ଆଫଗାନିସ୍ତାନରେ ରହୁଥିବା ତେହରିକ ଏ ତାଲିବାନ ପାକିସ୍ତାନ(ଟିଟିପି)ଠାରୁ ବିଏଲଏକୁ ସହାୟତା ମିଳୁଛି କି? ସେମାନଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି କି ? ଏହାର ଜବାବରେ ସନାଉଲ୍ଲାହ କହିଥିଲେ, ଏସବୁ ଭାରତ କରୁଛି। ଏଥିରେ କୌଣସି ସନ୍ଦେହ ନାହିଁ। ଭାରତ ସହଯୋଗରେ ସେମାନଙ୍କୁ ଆଫଗାନିସ୍ତାନରେ ସୁରକ୍ଷିତ ଆଶ୍ରୟ ମିଳୁଛି। ସେଠାରେ ବସି ସେମାନେ ସବୁ ପ୍ରକାର ଯୋଜନା କରୁଛନ୍ତି। ଏମାନେ ପାକିସ୍ତାନର ଶତ୍ରୁ। ଏମାନଙ୍କର କୌଣସି ରାଜନୈତିକ ଏଜେଣ୍ଡା ନାହିଁ। ସେମାନଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି। ତାହା ହେଉଛି କେବଳ ଲୋକଙ୍କୁ ହତ୍ୟା କରିବା ଏବଂ ଲୁଟ୍‌ କରିବା। ତେବେ ପାକିସ୍ତାନର ଏପରି ଭିତ୍ତିହୀନ ଅଭିଯୋଗ ସମ୍ପର୍କରେ ଭାତର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+