୨୪ ଘଣ୍ଟା ପରେ ପୁଣି ଅଟ୍ଟାରୀ-ୱାଘା ସୀମା ଖୋଲିଲା ପାକିସ୍ତାନ; ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶକୁ ଫେରିବା ଅନୁମତି

୨୪ ଘଣ୍ଟା ପରେ ସୀମା ଖୋଲିଲା ପାକିସ୍ତାନ । ଶୁକ୍ରବାର ପୁଣି ୱାଘା-ଅଟ୍ଟାରୀ ବର୍ଡର ଖୋଲିଲା ପାକିସ୍ତାନ । ସୀମା ପାର କରି ନିଜ ଦେଶ ଫେରିବାକୁ ଅନେକ ପାକ ନାଗରିକ ସୀମାରେ ଅପେକ୍ଷା କରିଥିବାବେଳେ ଗୁରୁବାର ହଠାତ୍ ସୀମା ସିଲ କରିଦେଇଥିଲା ପଡୋଶୀ ।

ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଘନେଇବାରେ ଲାଗିଛି । ଭାରତ ସରକାରଙ୍କ ତରଫରୁ ଗତକାଲିଠାରୁ ଅଟାରୀ ସୀମା ବନ୍ଦ କରିବାକୁ ଘୋଷଣା କରାଯାଇଥିଲା । ହେଲେ ମାନବିକତା ଆଧାରରେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଗରିକଙ୍କ ଯାତାୟାତ ପାଇଁ ଅଟାରୀ ସୀମା ଖୋଲା ରହିଛି । ଅର୍ଥାତ ଯେଉଁ ପାକିସ୍ତାନୀ ଏବେ ବି ବେଆଇନ ଭାବେ ଭାରତରେ ଅଛନ୍ତି ସେମାନେ ଅଟାରୀ ସୀମା ଦେଇ ପାକିସ୍ତାନ ଯାଇପାରିବେ ।

Pakistan reopens Attari-Wagah border

ଭାରତ ସ୍ପଷ୍ଟ କରିଛି କି, ଯେଉଁ ପାକିସ୍ତାନୀ ନାଗରିକମାନେ ଭାରତରେ ରହୁଛନ୍ତି ସେମାନେ ଆଗାମୀ ଆଦେଶ ପୂର୍ବରୁ ଭାରତ ଛାଡିବାକୁ ବାଧ୍ୟ । ଭାରତର ଏଭଳି ନିଷ୍ପତ୍ତି କେବଳ ରାଜନୈତିକ ସନ୍ତୁଳନ ନୁହେଁ ବରଂ ମାନବାଧିକାର ରକ୍ଷାର ଏକ ମିଶାଲ ଅଟେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏପର୍ଯ୍ୟନ୍ତ ୯୨୯ ଜଣ ପାକିସ୍ତାନୀ ନାଗରିକ ଭାରତରୁ ପାକିସ୍ତାନ ଯାଇସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+