BSF କନଷ୍ଟେବଲଙ୍କୁ ଛାଡ଼ିଲା ପାକିସ୍ତାନ ; ୨୦ ଦିନ ପରେ ଫେରିଲେ ସ୍ବଦେଶ

ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ । ଅଟ୍ଟାରୀ-ୱାଘା ସୀମା ଦେଇ ଫେରିଲେ ଭାରତ । ୨୧ ଦିନ ପାକିସ୍ତାନ କବ୍‌ଜାରେ ରହିବା ପରେ ଘରକୁ ଫେରିଲେ ପୂର୍ଣ୍ଣମ କୁମାର । ଭୁଲବଶତଃ ସୀମା ଅତିକ୍ରମ କରିଥିବାରୁ ଏପ୍ରିଲ ୨୩ରୁ ପାକିସ୍ତାନରେ ଅଟକ ଥିଲେ କିନ୍ତୁ ଏବେ ମୁକ୍ତ କରିଛି ପାକିସ୍ତାନ ରେଞ୍ଜର୍ସ ।

BSF constable

୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ୨୩ ଏପ୍ରିଲରେ ବିଏସଏଫ ଯବାନ ପିକେ ସାହୁଙ୍କୁ ପାକିସ୍ତାନ ରେଞ୍ଜର୍ସ ଫିରୋଜପୁର ସୀମାରେ ଅଟକ ରଖିଥିଲେ । ଗତ ୨୧ ଦିନ ଭିତରେ ପିକେ ସାହୁଙ୍କୁ ଛାଡ଼ିବା ପାଇଁ ବିଏସ୍‌ଏଫ୍‌ ଅଧିକାରୀମାନେ ଅନେକ ଥର ଫ୍ଲାଗ୍‌ ମିଟିଂ କରିଛନ୍ତି କିନ୍ତୁ ପାକ୍‌ ତରଫରୁ କୌଣସି ଉତ୍ତର ଆସିନଥିଲା ।

ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସାହୁ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍‌ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ଆଶା ଥିଲା ଯେ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ପୁଣି ଥରେ ବୈଠକ ପରେ ଯବାନଙ୍କୁ ଅଣାଯାଇପାରିବ । ଶେଷରେ ସେଇଆ ହିଁ ହେଲା,ଭାରତ ଫେରିଲେ ଯବାନ୍‌ । ହାର୍‌ ମାନିଲା ପାକିସ୍ତାନ,ଭାରତର ବଡ଼ କୂଟନୈତିକ ବିଜୟ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+