ମଝି ଆକାଶରେ ଭାରତୀୟ ବିମାନକୁ ଅନୁମତି ଦେଲାନି ପାକିସ୍ତାନ

ବୁଧବାର ସନ୍ଧ୍ୟାରେ ଏୟାର ଇଣ୍ଡିଗୋ ବିମାନରେ କୁଆପଥର ମାଡ ପରେ ନୋଜ୍ କୋନ୍ ଭାଙ୍ଗିଯିବା ଘଟଣାରେ ସାମ୍ନାକୁ ଆସିଛି ଏକ ଅଜବ ଖବର । ଏୟାରଲାଇନ୍ସ ଅନୁଯାୟୀ, ଶ୍ରୀନଗର ନିକଟରେ ହଠାତ୍ ଏବଂ ତୀବ୍ର ପାଗର ସମ୍ମୁଖୀନ ହୋଇଥିଲା, ଯାହା ପରେ ପାଇଲଟ ଅସୁବିଧାକୁ ଏଡାଇବା ପାଇଁ ପାକିସ୍ତାନୀ ବିମାନ ମାର୍ଗରେ କିଛି ସମୟ ପାଇଁ ପ୍ରବେଶ କରିବାକୁ ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ଠାରୁ ଅନୁମତି ମାଗିଥିଲେ । ଯାହାକୁ ସେ ସଫା ସଫା ମନା କରିଦେଇଥିଲେ ।

aircraft

ପ୍ରବଳ ଅସୁବିଧା ସତ୍ତ୍ୱେ, 6E 2142 ଇଣ୍ଡିଗୋ ବିମାନର ସମସ୍ତ ୨୨୭ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା ।

ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷ, ଯିଏକି ଅନ୍ୟ ଚାରି ଜଣ ଦଳୀୟ ନେତାଙ୍କ ସହିତ ଉକ୍ତ ବିମାନରେ ଥିଲେ, ସେ କହିଛନ୍ତି, "ଏହା ଏକ ମୃତ୍ୟୁ ନିକଟତର ଅଭିଜ୍ଞତା ଥିଲା । ଲୋକମାନେ ଚିତ୍କାର କରୁଥିଲେ ଏବଂ ପ୍ରାର୍ଥନା କରୁଥିଲେ । ସେହି ପରିସ୍ଥିତିରୁ ଆମକୁ ବାହାର କରିଥିବା ପାଇଲଟଙ୍କୁ ସାଲ୍ୟୁଟ୍ । ଆମେ ଅବତରଣ କରିବା ସମୟରେ ଦେଖିଲୁ ଯେ ବିମାନର ଆଗ ଭାଗ ଭାଙ୍ଗି ଯାଇଥିଲା।"

ଇତିମଧ୍ୟରେ, ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ପ୍ରୋଟୋକଲର ଅନୁପାଳନ ଯାଞ୍ଚ କରିବା ଏବଂ ବିମାନର ପାଗ ସମ୍ବନ୍ଧୀୟ କ୍ଷତିର ପରିମାଣ ଆକଳନ କରିବା ପାଇଁ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ବିମାନର ନୋଜ୍ କୋନ୍ ଏବଂ ସମ୍ଭବତଃ ଅନ୍ୟାନ୍ୟ ବାହ୍ୟ ଅଂଶ କୁଆପଥର ମାଡ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ।

ବିମାନବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ବିମାନଟିକୁ ଏୟାରକ୍ରାଫ୍ଟ ଅନ୍ ଗ୍ରାଉଣ୍ଡ (AOG) ମାନ୍ୟତା ଦିଆଯାଇଛି, ଯାହାର ଅର୍ଥ ହେଉଛି ମରାମତି ଏବଂ ସୁରକ୍ଷା କ୍ଲିୟରାନ୍ସ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହା ବର୍ତ୍ତମାନ ଉଡ଼ାଣ ପରିଚାଳନା ପାଇଁ ଅନୁପଯୁକ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+