ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କଲା ପାକିସ୍ତାନ, କଡ଼ା ଜବାବ ଦେଲା ଭାରତ

ଜମ୍ମୁ: ଅନ୍ତର୍ଜାତୀୟ ସୀମାରେ ଥିବା ବିଏସ୍ ଏଫ୍ ପୋଷ୍ଟ୍ ଉପରକୁ ବିନା କାରଣରେ ଗୁଳି ଚଳାଇଲା ପାକିସ୍ତାନ ରେଞ୍ଜର୍ସ । ବୁଧବାର ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରିଛି ପାକିସ୍ତାନ । ବିଏସଏଫ ଓ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ୨୦ ମିନିଟରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି ।

ପାକିସ୍ତାନର ଜନତା ଇମ୍ରାନ ଖାଁଙ୍କ ସପକ୍ଷରେ ଛିଡ଼ା ହୋଇଥିବାବେଳେ ସେନା ପିଏମଏଲକୁ ସମର୍ଥନ କରିଛି । ଇମ୍ରାନଙ୍କୁ ଜନସାଧାରଣଙ୍କ ସମର୍ଥନ ସେନା ବିରୋଧୀ ଜନମତଭାବେ ଦେଖାଯାଉଛି । ଏହା ଫଳରେ ସେନା ଚାପରେ ରହିଛି । ଏହି କାରଣରୁ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ସେନା ସୀମାରେ ନିଜର ଦୁଃସାହସ ଆରମ୍ଭ କରିଥିବା କୁହାଯାଉଛି ।

Pakistan Rangers violate ceasefire,

ପାକିସ୍ତାନ ରେଞ୍ଜର୍ସ ଜମ୍ମୁର ମାକୱାଲ ଅଞ୍ଚଳରେ ପାକିସ୍ତାନ ରେଞ୍ଜର୍ସ ସୀମା ସୁରକ୍ଷା ବଳ ପୋଷ୍ଟରେ ଗୁଳି ଚଳାଇବାରୁ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ପାକିସ୍ତାନୀ ସେନାର ଏଭଳି ତୁମୁଳ କାଣ୍ଡର ଜବାବ ବିଏସଏଫ ମଧ୍ୟ କଡ଼ା ଜବାବ ଦେଇଛି । ସୂଚନାନୁାରେ ପାକିସ୍ତାନର ୧୩ ଟି ଚେନାବ ରେଞ୍ଜର୍ସ ବିଏସଏଫ (ବର୍ଡର ଆଉଟପୋଷ୍ଟ) କୁ ଟାର୍ଗେଟ କରି ପାକିସ୍ତାନୀ ସୈନିକମାନେ ନିଜ ଅଞ୍ଚଳରୁ ଭାରତ ପକ୍ଷକୁ ଗୁଳି ଚଳାଇଥିଲେ ।

ଖବର ଅନୁଯାୟୀ ଉଭୟ ପକ୍ଷର ଆକ୍ରମଣ ଏବଂ ପ୍ରତିଜବାବରେ ପରିସ୍ଥିତି ଅସ୍ଥିର ରହିଛି । ସୀମା ସୁରକ୍ଷା ବାହିନୀର ସୂତ୍ରରୁ ମିଳିଥିବନା ଖବର ଅନୁଯାୟୀ ବୁଧବାର ସନ୍ଧ୍ୟା ପ୍ରାୟ ୫.୪୫ ମିନିଟ ସମୟରେ ପାକିସ୍ତାନ ପକ୍ଷରୁ ଆତର୍କିତ ଗୁଳି ବିନିମୟ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+