ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ପାକିସ୍ତାନର ଆକ୍ରମଣ
ଜମ୍ମୁ-କାଶ୍ମୀରର ଏକାଧିକ ସ୍ଥାନରେ ଗୁରୁବାର ରାତିରେ ଗୁଳି ବର୍ଷଣ କରିଛି ପାକିସ୍ତାନ । ବିଶେଷକରି ଜମ୍ମୁ ଏୟାରପୋର୍ଟକୁ ଟାର୍ଗେଟ୍ କରିଛି ପାକିସ୍ତାନ। ଏହା ପରେ ଜମ୍ମୁ-କାଶ୍ମୀର ଅଖନୁରରେ ବାଜିଛି ଯୁଦ୍ଧ ସାଇରନ । ସେନା ସାଇରନ ବଜାଇ ସତର୍କ କରାଇଛି । ପାକିସ୍ତାନର ଆକ୍ରମଣ ପରେ ଜମ୍ମୁର ବିଭିନ୍ନ ସେକ୍ଟରରେ ବ୍ଲାକଆଉଟ୍ ଜାରି କରାଯାଇଛି।

ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିସ୍ଫୋରଣ ଶବ୍ଦ ପରେ ଜମ୍ମୁରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି। କୁହାଯାଉଛି ଯେ ଜମ୍ମୁରେ ୫-୬ଟି ବିସ୍ଫୋରଣ ଶୁଣାଯାଇଛି। ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ସମ୍ଭାବନା ରହିଛି।












Click it and Unblock the Notifications