ଜମ୍ମୁ ଉପରେ ପୁଣି ବଡ଼ ଆଟାକ୍ କଲା ପାକିସ୍ତାନ, ସେନାର ମୁହଁତୋଡ଼ ଜବାବ
ରାତି ବଢିବା ସହ ପାକିସ୍ତାନ ପକ୍ଷରୁ ପୁଣି ଥରେ ଜମ୍ମୁ ଓ କଶ୍ମୀର ଓ ଅନ୍ତର୍ଜାତୀୟ ସୀମାରେ ଥିବା ଅନ୍ୟାନ୍ୟ ରାଜ୍ୟ ଯେପରିକି ପଞ୍ଜାବ ଓ ରାଜସ୍ଥାନରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଓ ରକେଟ ଆକ୍ରମଣ ଆରମ୍ଭ କରାଯାଇଛି । ଭାରତୀୟ ସେନା ପକ୍ଷରୁ ଏସବୁକୁ ବିଫଳ କରିଦିଆଯାଇଛି ।

ପାକିସ୍ତାନ ପକ୍ଷରୁ ଜମ୍ମୁ ଓ ପଠାନକୋଟରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଉଛି । ତେବେ ଭାରତର ମଝବୁତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସବୁ ଡ୍ରୋନ ଓ ରକେଟକୁ ଖସାଇ ଦେଇଛି। ସୂଚନା ଅନୁସାରେ ପଠାନକୋଟ ନିକଟସ୍ଥ ଫିରୋପୁର ସୀମାରେ ପାକିସ୍ତାନର ଏକ ରକେଟକୁ ଭାରତ ଖସାଇଦେଇଛି ।
ସେପଟେ ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ସେ ରହୁଥିବା ସ୍ଥାନରେ ଗୋଳା ବର୍ଷଣର ଶବ୍ଦ ଶୁଣାଯାଉଛି । ସେ କହିଛନ୍ତି "ଜମ୍ମୁ ଏବଂ ଏହାର ଆଖପାଖର ସମସ୍ତ ଲୋକଙ୍କୁ ମୋର ବିନମ୍ର ନିବେଦନ ଯେ ଦୟାକରି ରାସ୍ତାରୁ ଦୂରରେ ରୁହନ୍ତୁ, ଘରେ କିମ୍ବା ନିକଟବର୍ତ୍ତୀ ସ୍ଥାନରେ ରୁହନ୍ତୁ ଯେଉଁଠାରେ ଆପଣ ଆଗାମୀ କିଛି ଘଣ୍ଟା ପାଇଁ ଆରାମଦାୟକ ରହିପାରିବେ। ଗୁଜବରେ ଧ୍ୟାନ ଦିଅନ୍ତୁ ନାହିଁ, ଭିତ୍ତିହୀନ କିମ୍ବା ଅସମ୍ପୂର୍ଣ୍ଣ କାହାଣୀ ପ୍ରସାର କରନ୍ତୁ ନାହିଁ ଏବଂ ଆମେ ଏକାଠି ଏହାର ମୁକାବିଲା କରିବୁ" ।












Click it and Unblock the Notifications