ରାଗରେ ବାଉଳି ହେଉଛି ପାକିସ୍ତାନ; ଭାରତର ୧୬ ୟୁଟ୍ୟୁବ ଚ୍ୟାନେଲକୁ କଲା ବ୍ୟାନ୍

ବୁଧବାର ମଧ୍ୟରାତ୍ରୀରେ ଭାରତର ଆକ୍ରମଣ ପରେ, ପାକିସ୍ତାନ ଏକ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନ ପକ୍ଷରୁ ଭାରତର ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରାଯାଇଛି। ଏହା ବ୍ୟତୀତ ୩୨ଟି ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏହାର ଅର୍ଥ ହେଉଛି ଏବେଠାରୁ, ଏହି ୟୁଟ୍ୟୁବ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ସେଠାରେ ଚାଲିବ ନାହିଁ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

PAKISTAN

ପାକିସ୍ତାନୀ ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଟେଲିକମ୍ୟୁନିକେସନ୍ ଅଥରିଟି (ପିଟିଏ) ଦ୍ୱାରା ୧୬ଟି ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ୍, ୩୧ଟି ୟୁଟ୍ୟୁବ୍ ଲିଙ୍କ୍ ଏବଂ ୩୨ଟି ୱେବସାଇଟ୍ ବ୍ଲକ୍ କରିବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନରେ ଟେଲିକମ୍ ବ୍ୟବହାରକାରୀଙ୍କ ପାଇଁ ଏକ ନିରାପଦ, ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ପରିବେଶ ବଜାୟ ରଖିବା ପାଇଁ ପିଟିଏ ପ୍ରତିବଦ୍ଧ। ପିଟିଏ ଅନଲାଇନ୍ କଣ୍ଟେଣ୍ଟ ଉପରେ ନଜର ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ବିପଦରେ ପକାଇଥିବା ଯେକୌଣସି ବିଷୟବସ୍ତୁ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଗତ ସପ୍ତାହରେ ଭାରତ ମଧ୍ୟ ପାକିସ୍ତାନର କେତେକ ଏକ୍ସ ହାଣ୍ଡଲ, ୟୁଟ୍ୟୁବ ଚ୍ୟାନେଲ ଓ ଓ୍ବେବସାଇଟକୁ ନିଷିଦ୍ଧ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+