ବିରୋଧୀଙ୍କୁ ଉପରେ ବର୍ଷିଲେ ଶାହ, କହିଲେ ନେହେରୁଙ୍କ ପାଇଁ ‘pok’
ସଂସଦର ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ବିଷୟରେ ଆଲୋଚନା ଜୋର ଧରିଛି। ପହଲଗାମ ଆକ୍ରମଣର ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ବିରୋଧୀ ଦଳ ସରକାରଙ୍କୁ କଡ଼ା ସମାଲୋଚନା କରି ଚାଲିଛନ୍ତି।। ଏଭଳି ସମୟରେ ଅମିତ ଶାହ ମଙ୍ଗଳବାର ଅପରେସନ ମହାଦେବ ବିଷୟରେ ସଂସଦରେ ବିସ୍ତୃତ ସୂଚନା ଦେଇ କହିଥିଲେ,' ପହଲଗାମ ଆକ୍ରମଣର ପ୍ରତିଶୋଧ ନିଆଯାଇଛି ଏବଂ ଭାରତୀୟ ସେନା ଦ୍ୱାରା ପାକିସ୍ତାନୀ ଆକ୍ରମଣକାରୀଙ୍କୁ ହତ୍ୟା କରାଯାଇଛି।'

ସୋମବାର ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡା ଜବାବ ଦେଇ ଅପରେସନ ସିନ୍ଦୂର ସମ୍ପର୍କରେ ବିସ୍ତୁତ ତଥ୍ୟ ରଖିଥିଲେ । ପହଲଗାଓଁ ଆକ୍ରମଣରେ ସାମିଲ ଥିବା ତିନି ଜଣ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଗୃହମନ୍ତ୍ରୀ କହିଛନ୍ତି । ବିରୋଧୀଙ୍କୁ ଜବାବ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ହୋଇଥିଲା । କୌଣସି ସାଧାରଣ ନାଗରିକ ଶିବିରିକୁ ଟାର୍ଗେଟ କରାଯାଇନଥିଲା । ପୂର୍ବରୁ ପିଓକେ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।
ଏହା ଏକ ପ୍ରକାର ଆମେ ଭାରତ ଭିତରେ ଆକ୍ରମଣ କରିଥିଲୁ କାରଣ ପିଓକେ ଆମର । ଏଥର ପିଓକେରୁ ୧୦୦କିଲୋମିଟର ଭିତରକୁ ପଶି ଆତଙ୍କବାଦୀଙ୍କୁ ମାରିଥିଲୁ । ଶାହ କହିଛନ୍ତି ଯେ ଗତକାଲି ବିରୋଧୀ ପ୍ରଶ୍ନ ଉଠାଇଥିଲେ ଯେ କାହିଁକି ଯୁଦ୍ଧ ଆଗକୁ ବଢିଲା ନାହିଁ, ହଠାତ୍ ବନ୍ଦ ହୋଇଗଲା? । ଆଜି ପିଓକେ କେବଳ ଜବାହରଲାଲ ନେହେରୁଙ୍କ କାରଣରୁ ଅସ୍ତିତ୍ୱରେ ଅଛି ।
ଶାହ ଉତ୍ତରରେ କହିଛନ୍ତି, "୧୯୪୮ରେ ଆମର ସଶସ୍ତ୍ର ବାହିନୀ କାଶ୍ମୀରରେ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଥିଲେ। ସର୍ଦ୍ଦାର ପଟେଲ ବାରମ୍ବାର ନା କହୁଥିଲେ, କିନ୍ତୁ ନେହରୁ ଏକପାଖିଆ ଯୁଦ୍ଧବିରାମ ଘୋଷଣା କରିଥିଲେ। ଯଦି ଆଜି ପାକିସ୍ତାନ ଅଧିକୃତ କାଶ୍ମୀର ଅସ୍ତିତ୍ୱରେ ଅଛି, ତାହା ନେହେରୁଙ୍କ ଏହି ଏକପାଖିଆ ଯୁଦ୍ଧବିରାମ ଘୋଷଣା କାରଣରୁ ।
ଏଥିପାଇଁ ଜବାହରଲାଲ ନେହରୁ ଦାୟୀ ।" ସେ ଆହୁରି ଦାବି କରି କହିଛନ୍ତି ଯେ ନେହରୁ ଭାରତର ଭୌଗୋଳିକ ଏବଂ ଷ୍ଟ୍ରାଟେଜିକ ସୁବିଧାକୁ ଛାଡ଼ି ଦେଇଥିଲେ ଏବଂ ୧୯୬୦ରେ ସିନ୍ଧୁ ଜଳ ଚୁକ୍ତି ଅଧୀନରେ ପାକିସ୍ତାନକୁ ସିନ୍ଧୁ ନଦୀ ଜଳର ୮୦ ପ୍ରତିଶତ ଦେଇଥିଲେ। ଶାହ କହିଛନ୍ତି ଯେ ୧୯୭୧ରେ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଭାରତର ବିଜୟ ପରେ କଂଗ୍ରେସ ପିଓକେ ପୁନରୁଦ୍ଧାର କରିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା।
ସେ କହିଛନ୍ତି, "ବାଂଲାଦେଶର ସୃଷ୍ଟି ଭାରତ ପାଇଁ ସବୁବେଳେ ଗର୍ବର ବିଷୟ। କିନ୍ତୁ ସେହି ବିଜୟର ଉତ୍ସାହ ମଧ୍ୟରେ କ'ଣ ହେଲା? ଆମେ ୯୩,୦୦୦ ଯୁଦ୍ଧବନ୍ଦୀ ରଖିଥିଲୁ, ଏହା ଥିଲା ପାକିସ୍ତାନୀ ସେନାର ୪୨ ପ୍ରତିଶତ । ୧୫,୦୦୦ ବର୍ଗ କିଲୋମିଟର ଅଞ୍ଚଳ ଆମ ଅଧୀନରେ ଥିଲା। କିନ୍ତୁ ଶିମଲାରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା ଏବଂ କଂଗ୍ରେସ ସରକାର ପାକିସ୍ତାନ ଅଧିକୃତ କାଶ୍ମୀର ମାଗିବା ମଧ୍ୟ ଭୁଲିଗଲେ। କେବଳ ଏତିକି ନୁହେଁ , ଅଧିକୃତ ଅଞ୍ଚଳକୁ ମଧ୍ୟ ଫେରାଇ ଦିଆଗଲା।"
ଶାହ କହିଛନ୍ତି ଯେ ନେହେରୁଙ୍କ ନିଷ୍ପତ୍ତି ଯୋଗୁଁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ହାସଲ କରିପାରିନଥିଲା। ଶାହ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ନିଜକୁ ପ୍ରାୟତଃ ଆତଙ୍କବାଦର ଶିକାର ହେଉଥିବା କହିଆସିଛି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ କେତେକ ସମୟରେ ଏହାକୁ ଦୋହରାଇଛନ୍ତି । କିନ୍ତୁ ଯେତେବେଳେ ସେମାନଙ୍କର ସେନା ଆତଙ୍କବାଦୀଙ୍କ ଶେଷଯାତ୍ରାରେ ସାମିଲ ହୋଇଥାଏ ସେତେବେଳେ ସତ୍ୟ କଣ ବାହାରକୁ ଆସିଯାଏ । ଅପରେସନ ସିନ୍ଦୂର ସମଗ୍ର ବିଶ୍ୱ ସମ୍ମୁଖରେ ପାକିସ୍ତାନର ଅସଲ ମୁହଁ ଖୋଲିଛି । ସେମାନଙ୍କର ବ୍ୟବସ୍ଥା କେତେ ପରିମାଣରେ ଆତଙ୍କବାଦୀଙ୍କ ସହ ଜଡିତ ତାହା ପ୍ରମାଣ ହୋଇଛି ।












Click it and Unblock the Notifications