ପାକିସ୍ତାନ ଗୋଟିଏ ବିଫଳ ରାଷ୍ଟ୍ର ; ବର୍ଷିଲେ ଅସାଦୁଦ୍ଦିନ ଓ୍ୱବେସୀ

ପାକିସ୍ତାନ ଉପରେ ପୁଣି ବର୍ଷିଲେ ଅସାଦୁଦ୍ଦିନ ଓ୍ୱବେସୀ । କହିଲେ, ପାକିସ୍ତାନ ଅଲଜ୍ୟା ଅଟେ । ପାକିସ୍ତାନ ଗୋଟିଏ ବିଫଳ ରାଷ୍ଟ୍ର । ତେଣୁ ପାକିସ୍ତାନକୁ ଏବେ ବୁଝାଇବା ନୁହେଁ ବରଂ ସଜ୍ଜା ଦେବାର ସମୟ । ପହଲଗାମ୍ ଆକ୍ରମଣ ପରେ ଏବେ ସମସ୍ତେ ପାକିସ୍ତାନ ବିରୋଧରେ ବିଷୋଦଗାର କରିବାରେ ଲାଗିଛନ୍ତି । ଆଉ ଏହାରି ଭିତରେ ଏଆଇଏମଆଇଏମ୍ ନେତା ଅସଦୁଦ୍ଦିନ ଓ୍ୱବେସୀ ମଧ୍ୟ ପାକିସ୍ତାନକୁ ଗାଳି କରିଛନ୍ତି । ସେ କହିଛନ୍ତି ଯେ, ଆମ ସରକାର ପାକିସ୍ତାନକୁ କଡ଼ା ଜବାବ ଦେବ। ଆତଙ୍କବାଦୀମାନେ ପାକିସ୍ତାନରୁ ଆସି ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରୁଛନ୍ତି ।

Asaduddin Owaisi

ହେଲେ ଆତଙ୍କବାଦୀମାନେ ଏବେ ଶେଷ ହୋଇଯିବେ । ପାକିସ୍ତାନୀମାନେ ନିର୍ଲଜ୍ଜ । ଆମେ ପଠାନକୋଟ ଏବଂ ମୁମ୍ବାଇ ଆକ୍ରମଣର ପ୍ରମାଣ ପାକିସ୍ତାନକୁ ଦେଇଥିଲୁ, କିନ୍ତୁ ପାକିସ୍ତାନ କିଛି କଲା ନାହିଁ। ପାକିସ୍ତାନ କେବେ ବି ଗ୍ରହଣ କରିବ ନାହିଁ ଯେ, ଆତଙ୍କବାଦୀମାନେ ତାଙ୍କ ମାଟିରୁ ଆସି ଭାରତ ଉପରେ ଆକ୍ରମଣ କରନ୍ତି। ପାକିସ୍ତାନକୁ ବୁଝାଇବାର ସମୟ ଶେଷ ହୋଇଯାଇଛି, ଏବେ ଚିନ୍ତା କରିବାର ସମୟ ନୁହେଁ ବରଂ ଜବାବ ଦେବାର ସମୟ ବୋଲି ସେ କହିଛନ୍ତି ।

ଅନ୍ୟପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୬ ଜଣଙ୍କୁ ସହିଦ ମାନ୍ୟତା ଦିଆଯାଉ ବୋଲି ଓ୍ୱବେସୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ଯେଉଁମାନେ ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଆଖି ବୁଜିଲେ, ସରକାର ତାଙ୍କୁ ସହିଦ ବୋଲି ବିବେଚନା କରିବା ଉଚିତ ଏବଂ ତାଙ୍କ ପରିବାରକୁ ଉପଯୁକ୍ତ ସମ୍ମାନ ଦେବା ଉଚିତ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+