ଭାରତୀୟ ସେନା ଖସାଇଲା ପାକିସ୍ତାନର F-16 ଲଢୁଆ ବିମାନ
ପାକିସ୍ତାନ ଜମ୍ମୁ ଏବଂ ପଞ୍ଜାବର ଏକାଧିକ ସ୍ଥାନରେ ଆକ୍ରମଣ ଆରମ୍ଭ କରିବା ପରେ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର F-16 ଯୁଦ୍ଧବିମାନକୁ ଗୁଳି କରି ଖସାଇଛି। ଏହା ସହିତ, ଜମ୍ମୁ ଓ କାଶ୍ମୀରର ଉଧମପୁର ଏବଂ ରାଜସ୍ଥାନର ଜୟସଲମେରରେ ଡ୍ରୋନ ଆକ୍ରମଣକୁ ବିଫଳ କରାଯାଇଛି, ଏବଂ ଅଖନୁରରେ ଏକ ଡ୍ରୋନକୁ ଗୁଳି କରି ଖସାଯାଇଛି।

ସେପଟେ ଡ୍ରୋନ ମାଧ୍ୟମରେ ବି ପାକିସ୍ତାନ ଆକ୍ରମଣ କରିବାକୁ ଉଦ୍ୟମ କରୁଛି । ଜମ୍ମୁ-କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ଅଞ୍ଚଳରେ ପାକିସ୍ତାନ ପୁଣିଥରେ ଡ୍ରୋନ୍ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରିଛି। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦୁଇଟି ପାକିସ୍ତାନୀ ଡ୍ରୋନକୁ ଖସାଇ ଦେଇଛି। ପାକିସ୍ତାନ ଡ୍ରୋନ୍ ସାହାଯ୍ୟରେ ଜମ୍ମୁ ବିମାନବନ୍ଦର, ଜମ୍ମୁ ରେଳ ଷ୍ଟେସନ, ଚନ୍ନି ହିମ୍ମତ (ଜମ୍ମୁ), ଆରଏସ ପୁରା (ଜମ୍ମୁ ସଂଲଗ୍ନ ସୀମାନ୍ତ ଅଞ୍ଚଳ) ଉପରେ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରିଥିଲା।












Click it and Unblock the Notifications