ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ, ଆତଙ୍କବାଦୀଙ୍କୁ କହିଲେ ସ୍ୱାଧୀନତା ସଂଗ୍ରାମୀ
ପାକିସ୍ତାନ ମାନିଲା ସତ । ଆତଙ୍କବାଦୀଙ୍କୁ ସମର୍ଥନ ଦେଉଛି ଦେଶ । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସ୍ବୀକାର କରିଛନ୍ତି, ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ସମର୍ଥନ ଏବଂ ଫଣ୍ଡିଂ ଦେଇ ଆସୁଛି । ଏକ ଇଣ୍ଟରଭ୍ୟୁ ସମୟରେ କଥାବାର୍ତ୍ତା ବେଳେ ସ୍ବୀକାର କରିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ।ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କ ଭାରତ ବିରୋଧରେ ଦେଇଛନ୍ତି ବଡ଼ ବୟାନ । ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ସେଥିରେ ପାକିସ୍ତାନର ସମ୍ପୃକ୍ତି ନଥିବା ଦାବି କରି ଭାରତକୁ ପ୍ରମାଣ ଦେବାକୁ ଚ୍ୟାଲେଞ୍ଜ କରିଛନ୍ତି ଇଶାକ ଦାର।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପହଲଗାମ ଆକ୍ରମଣର ଆତଙ୍କବାଦୀଙ୍କୁ ଉପ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ କହିଛନ୍ତି । ଭାରତର କାର୍ଯ୍ୟକୁ "ଅସଙ୍ଗତ ଓ ଅପରିପକ୍ୱ" ବୋଲି କହି ଜଳ ଚୁକ୍ତି ସ୍ଥଗିତ ରଖିବାକୁ ଭାରତର ନିଷ୍ପତ୍ତିକୁ "ଯୁଦ୍ଧର କାର୍ଯ୍ୟ" ବୋଲି କହିଛନ୍ତି । ଏହା ସହ ପାକିସ୍ତାନର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଦୃଢ଼ ପ୍ରତିକ୍ରିୟା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୟାନ ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଉତ୍ତେଜନା ପୂର୍ଣ୍ଣ କରିଛି ।












Click it and Unblock the Notifications