ଆତଙ୍କବାଦୀ ଆକ୍ରମଣରେ ଅସ୍ଥିର ହେଲା ପାକିସ୍ତାନ, ୯ ମୃତ ଅନେକ ଆହତ

ଅଶାନ୍ତ ହୋଇ ଉଠିଛି ପାକିସ୍ତାନ। ଘନଘନ ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ବଲୁଚିସ୍ତାନ। ପ୍ରଥମେ ଆତଙ୍କବାଦୀମାନେ ଯାତ୍ରୀବାହୀ ବସ୍‌ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହାର କିଛି ଘଣ୍ଟା ପରେ ସେହି ବଲୁଚିସ୍ତାନର କଲାତ ଜିଲ୍ଲାରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି।

Pakistan

ସେମାନେ କରିଥିବା ଆକ୍ରମଣରେ ୪ ଜଣ ପୁଲିସ୍‌ କର୍ମଚାରୀଙ୍କ ସହ ୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆତଙ୍କବାଦୀମାନେ ବୋଲାନରେ ଗୋଟିଏ ରେଳ ଧାରଣାକୁ ଉଡ଼ାଇ ଦେଇଛନ୍ତି।

ମାସ୍ତୁଙ୍ଗରେ ଥିବା ଗୋଟିଏ ପୁଲିସ୍‌ ଷ୍ଟେସନ ଉପରେ ହମଲା କରିଛନ୍ତି। ଗୱାଦରରେ ଲୋକମାନଙ୍କୁ ନେଇ ଯାଉଥିବା ଗାଡ଼ିକୁ ଟାର୍ଗେଟ କରାଯାଇଛି। ଜାତୀୟ ରାଜପଥରେ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇ ଆତଙ୍କବାଦୀମାନେ ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଏହାର ଭୟଙ୍କର ଫଟୋ ସବୁ ମଧ୍ୟ ସାମ୍ନାକୁ ଆସିଛି। ଆକ୍ରମଣ ହୋଇଥିବା ସବୁ ଜିଲ୍ଲା ବଲୁଚିସ୍ତାନ ଅନ୍ତର୍ଗତ। ଏହି ଆକ୍ରମଣରେ ଅନେକ ଲୋକ ମୃତାହତ ହୋଇଥିବା କୁହାଯାଉଛି। କିନ୍ତୁ ଏ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।

ରୟଟର୍ସରେ ପ୍ରକାଶିତ ଖବର ଅନୁଯାୟର, ବଲୁଚିସ୍ତାନ ଲିବେରେସନ ଆର୍ମି(ବିଏଲଏ) ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଉକ୍ତ ସଂଗଠନ ଆଗକୁ ମଧ୍ୟ ଏପରି ହମଲା ଜାରି ରଖିବ ବୋଲି ଧମକ ଦେଇଛି। ସେମାନଙ୍କ ଟାର୍ଗେଟରେ ପାକିସ୍ତାନର ଗୋଟିଏ ପ୍ରମୁଖ ପାରାମିଲିଟାରୀ ବେସ୍‌ ରହିଛି।

ବିଏଲଏ କହିଛି ଯେ ସଂଗଠନର ଯୋଦ୍ଧାମାନେ ସାଦା ପୋଷାକରେ ଯାତାୟାତ କରୁଥିବା ସେନା କର୍ମଚାରୀଙ୍କୁ ଚିହ୍ନଟ କରି ଗୁଳି କରିଛନ୍ତି। ଆକ୍ରମଣ ପୂର୍ବରୁ ସାଧାରଣ ଲୋକଙ୍କୁ ଜାତୀୟ ରାଜପଥରୁ ଦୂରେଇ ରହିବାକୁ ମଧ୍ୟ ବିଏଲଏ ୱାର୍ଣ୍ଣିଂ ଦେଇଥିଲା।

ବିଏଲଏ ସେନା କର୍ମଚାରୀଙ୍କୁ ହତ୍ୟା କରିଥିବା କଥା କହୁଥିଲେ ହେଁ ପାକିସ୍ତାନ ସରକାର ଏହାକୁ ସ୍ୱୀକାର କରି ନାହାନ୍ତି। ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ବସ୍‌ରୁ ଓହ୍ଲାଇ ଗୁଳି କରିଥିବା ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+