ଭୟଙ୍କର ରୂପ ନେଉଛି ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ;ଭାରତକୁ ସତର୍କ କରାଇଲା ଗୁଇନ୍ଦା ବିଭାଗ, ହଜାରେରୁ ଉର୍ଦ୍ଧ୍ୱ ଆତଙ୍କବାଦୀ...
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଭାରତ ମଧ୍ୟକୁ ଆତଙ୍କବାଦୀମାନେ ପ୍ରବେଶ କରିବା ନେଇ ଗୁଇନ୍ଦା ବିଭାଗ ସତର୍କ କରାଇଛି । ଭାରତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିବାବେଳେ ବିଭିନ୍ନ ସୁରକ୍ଷା ସଂସ୍ଥାଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି । ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ସୂଚନା ଅନୁଯାୟୀ ପ୍ରାୟ ୧ ହଜାରରୁ ୧ହଜାର ୫୦୦ ଆତଙ୍କବାଦୀ ଜାମ୍ମୁକାଶ୍ମୀର ନିକଟସ୍ଥ ଭାରତୀୟ ସୀମାରେଖା ନିକଟରେ ଅନୁପ୍ରବେଶ ଲାଗି ଅପେକ୍ଷା କରିଛନ୍ତି ।

ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପାଇଁ ଆଫଗାନିସ୍ତାନ ପକ୍ଷରୁ ଆଲୋଚନା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ କୌଣସି ଜବାବ ମିଳିପାରି ନାହିଁ । ଏଭଳି ପରିସ୍ଥିତିରେ ଲସ୍କରଏ-ତଏବା ଏବଂ ଜୈସ୍-ଏ-ମହମ୍ମଦ ଭଳି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ସକ୍ରିୟ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଅପରେସନ ସିନ୍ଦୂରରେ ଉଭୟ ଆତଙ୍କବାଦୀ ଗୋଷ୍ଠୀର ଅନେକ ସଦସ୍ୟ ମୃତାହତ ହେବା ସହ ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଥିଲା ।
ଭାରତୀୟ ସୁରକ୍ଷା ସଂସ୍ଥାର ସୂଚନା ଅନୁଯାୟୀ ଜାମ୍ମୁ-କାଶ୍ମୀର ସହ ପଞ୍ଜାବ ସୀମା ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଲାଗି ଯୋଜନା କରୁଥିବାବେଳେ ଭାରତର ସୁରକ୍ଷା ବଳ ଏହାକୁ ପ୍ରତିହତ କରିବା ପାଇଁ ସମର୍ଥ ବୋଲି କୁହାଯାଇଛି ।












Click it and Unblock the Notifications