ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଙ୍ଘନ, ମୁହଁତୋଡ ଜବାବ ଦେଲା ଭାରତ
ପାକିସ୍ତାନ ସେନା ୨୬ ଓ ୨୭ ଅକ୍ଟୋବର ରାତିରେ ନିୟନ୍ତ୍ରଣ ରଖେରେ ଅସ୍ତ୍ରବିରତି ଉଲଂଘନ କରିଥିଲା। ପାକିସ୍ତାନ ସେନା ଜମ୍ମୁ-କଶ୍ମୀରର ଲିପା ଘାଟିରେ ଭାରତୀୟ ସେନା ପୋଷ୍ଟରେ ଗୁଳି ଏବଂ ମୋର୍ଟାର ମାଡ଼ କରିଥିଲା। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନୀ ସେନା ପକ୍ଷରୁ କରାଯାଇଥିବା ଗୁଳିମାଡ଼ରର ଜବାବରେ ଭାରତୀୟ ସେନା ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଭାରତୀୟ ସେନା କଡ଼ା ଜବାବ ଦେଇ ପାକିସ୍ତାନୀ ସେନାର ମନ୍ଦ ଉଦେଶ୍ୟକୁ ବିଫଳ କରିଥିଲା।

ଅସ୍ତ୍ରବିରତି ଉଲଂଘନର ଏହି ଘଟଣା ଲିପା ଭ୍ୟାଲିରେ ଘଟିଥିଲା।ପାକିସ୍ତାନର ସେନା ରାତିର ଅନ୍ଧାରର ଲାଭ ଉଡାଇ ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରିଥିଲା। ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଏହାପରେ ନିୟନ୍ତ୍ରଣ ରେଖାରେ ବିବାଦ ବଢିଯାଇଥିଲା। ଭାରତୀୟ ସେନା ଯେ କୌଣସି ଆକ୍ରମଣର କଡା ଜବାବ୍ ଦେବାକୁ ପ୍ରସ୍ତୁତ ରହିଛି।












Click it and Unblock the Notifications