ଭାରତର ଆକ୍ରମଣ ଭୟରେ ପାକିସ୍ତାନ, ଲଗାତାର ୧୧ଦିନରେ ଅସ୍ତ୍ରବିରତି ଉଲ୍ଲଂଘନ
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଆତଙ୍କବାଦୀଙ୍କ ଘର ପାକିସ୍ତାନର ନିଦ ହଜିଯାଇଛି। ଭାରତ କଣ କାର୍ଯ୍ୟାନୁଷ୍ଠାନ ନେବ ସେନେଇ ପାକିସ୍ତାନ ସର୍ବଦା ଭୟରେ ଅଛି। ଆଉ ଏହି ଭୟର ପ୍ରମାଣ ସେମାନେ ପ୍ରତିଦିନ ନିୟନ୍ତ୍ରଣ ରେଖାରେ ଗୁଳିମାଡ଼ କରୁଥିବା ଦେଖାଯାଉଛି। ପୁଣି ଗୁଳି ମାରି ସୀମାକୁ ଅଶାନ୍ତ କଲା ପାକିସ୍ତାନ । ଭାରତ-ପାକିସ୍ତାନ ସୀମାରେ ଲଗାତାର ୧୧ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ।

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ପୋଷ୍ଟଗୁଡ଼ିକ ଜମ୍ମୁ-କାଶ୍ମୀରର କୁପୱାଡା, ବାରାମୁଲ୍ଲା, ପୁଞ୍ଚ, ରଜୌରୀ, ମେଣ୍ଢର, ନୌଶେରା, ସୁନ୍ଦରବନୀ ଏବଂ ଅଖନୁର ଆଖପାଖ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାର ହୋଇ ବିନା ପ୍ରରୋଚନାରେ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିଚାଳନା କରିଥିଲେ। ଭାରତୀୟ ସେନା ତୁରନ୍ତ ଏବଂ ଉପଯୁକ୍ତ ଜବାବ ଦେଇଛି।












Click it and Unblock the Notifications