ଟ୍ରମ୍ପଙ୍କ ଏହି ବୈଠକରେ ଯୋଗ ଦେବେ ପାକ୍ ପିଏମ୍ !
ଗାଜା ଶାନ୍ତି ବୋର୍ଡର ପ୍ରଥମ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇଛି। ବୋର୍ଡରେ ଯୋଗଦେବା ପାଇଁ ପାକିସ୍ତାନ ନିମନ୍ତ୍ରଣ ଗ୍ରହଣ କରିଛି। ଫେବ୍ରୁଆରି ୧୯ ତାରିଖରେ ଆମେରିକାରେ ହେବାକୁ ଥିବା ଗାଜା ଶାନ୍ତି ବୋର୍ଡର ପ୍ରଥମ ବୈଠକରେ ପାକିସ୍ତାନ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରିରେ ଇସ୍ରାଏଲ ଓ ହମାସ ମଧ୍ୟରେ ଗାଜା ଷ୍ଟ୍ରିପରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟର ଅଂଶ ଭାବରେ ବୋର୍ଡ ଘୋଷଣା କରିଥିଲେ। ଗାଜା ଓ ଅନ୍ୟାନ୍ୟ କ୍ଷେତ୍ରରେ ଶାନ୍ତି ତଥା ସ୍ଥିରତା ଆଣିବା ପାଇଁ ୱାଶିଂଟନ ଏହାକୁ ଏକ ନୂତନ ଅନ୍ତର୍ଜାତୀୟ ସଂସ୍ଥା ଭାବରେ ଉପସ୍ଥାପନ କରୁଛି।

ଜାନୁଆରି ୨୧ ତାରିଖରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ, ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣକୁ ଆମେ ଗ୍ରହଣ କରିଛୁ। ଟ୍ରମ୍ପ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଏହି ସଂସ୍ଥାର ଅଂଶ ହେବାକୁ ନିମନ୍ତ୍ରଣ କରିଛନ୍ତି। ଡନ୍ ଖବରକାଗଜ ୱାଶିଂଟନର କୂଟନୈତିକ ସୂତ୍ର ଆଧାରରେ ରିପୋର୍ଟ କରିଛି, ବୋର୍ଡରେ ପୂର୍ବରୁ ଯୋଗ ଦେଇଥିବା ଦେଶମାନଙ୍କ ସହିତ ସଂଯୋଗ ସ୍ଥାପନ ପାଇଁ ଇସଲାମାବାଦ ଏହି ନିମନ୍ତ୍ରଣ ପାଇଛି।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ












Click it and Unblock the Notifications