ଦିଲ୍ଲୀକୁ ଟାର୍ଗେଟ କରୁଥିବା ପାକିସ୍ତାନୀ ମିିସାଇଲକୁ ହରିୟାଣାର ସିର୍ସାରେ ଖସାଇ ଦେଇଛି ଭାରତୀୟ ସେନା

ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଭାରତୀୟ ଶସସ୍ତ୍ର ସେନା ହରିୟାଣାର ସିରସା ଉପରେ ଫତେହ -୨ କ୍ଷେପଣାସ୍ତ୍ରକୁ ପଣ୍ଡ କରିବାରେ ସପଳ ହୋଇଛି । ଏହାକୁ ଖସାଇବାରେ ସଫଳ ହୋଇଛି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ । ଜମ୍ମୁ ,ଶ୍ରୀନଗର ପଠାନକୋଟ,ଅମ୍ରିତସର, ଉଧମପୁର, ଜଳନ୍ଧର, ନୂଆଦିଲ୍ଲୀ, ସହିତ ଅନେକ ଭାରତୀୟ ଅଞ୍ଚଳକୁ ଟାର୍ଗେଟ କରିଥିଲା ପାକିସ୍ତାନ ।

ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ । ଗତକାଲି ରାତିରେ ଦିଲ୍ଲୀକୁ ଟାର୍ଗେଟ କରି ଫତାହ-ଟୁ ମିସାଇଲ ମାଡ଼ କରିଥିଲା ପାକିସ୍ତାନ । କିନ୍ତୁ ଏହି ମିସାଇଲ ଆଟାକ ଉଦ୍ୟମ ପଣ୍ଡ ହୋଇଛି । ଫତାହ-୨ ହେଉଛି ଦୂରଗାମୀ ମିସାଇଲ । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୧୨୦ କିଲୋମିଟର ।

f16

ପଞ୍ଜାବର ସିର୍ସାରେ ଫତାହ-ଟୁ ମିସାଇଲକୁ ଧ୍ବଂସ କରିଦିଆଯାଇଥିବା ସୂଚନା ମିଳିଛି । ତେବେ ପାକିସ୍ତାନର ଫତାହ ଟୁ ଆଟାକ ନେଇ ଭାରତୀୟ ସେନା ପକ୍ଷରୁ କିଛି କୁହାଯାଇ ନାହିଁ । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ତେଣୁ ଦେଶର ପ୍ରମୁଖ ସହରଗୁଡ଼ିକ ହାଇଆଲର୍ଟରେ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+