ପୁଣି ଭାରତକୁ ପାକିସ୍ତାନର ଧମକ,ସିନ୍ଧୁ ନଦୀରେ ଡ୍ୟାମ୍ ନିର୍ମାଣ କଲେ ଧ୍ବଂସ କରିଦେବୁ: ପାକ୍ ପ୍ରତିରକ୍ଷା ମନ୍ତ୍ରୀ

ପହଲଗାମ ଆତଙ୍କୀ ହମଲାକୁ ନେଇ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ପୁଣି ଭାରତକୁ ନାଲି ଆଖି ଦେଖାଇବାକୁ ଚେଷ୍ଟା କରିଛି ପାକିସ୍ତାନ । ପଡୋଶୀ ଦେଶର ପ୍ରତିରକ୍ଷା ମନ୍ତ୍ରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ଭାରତ ସିନ୍ଧୁ ନଦୀ ଉପରେ କୌଣସି ଡ୍ୟାମ ନିର୍ମାଣ କରେ କିମ୍ବା ପାଣି ରୋକିବାକୁ ଚେଷ୍ଟା କରେ ତେବେ ଡ୍ୟାମ ନଷ୍ଟ କରି ଦେବୁ ।

ସୂଚନା ଅନୁଯାୟୀ, ଭାରତରର ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ମୁଣ୍ଡ ଗରମ ହୋଇ ଯାଇଛି । ତେଣୁ ନିଜକୁ ସମ୍ଭାଳି ନପାରି ଉତ୍ତେଜଜିତ ହୋଇ ଭାରତକୁ ଧମକ ଦେଇଛି । ସିନ୍ଧୁ ଜଳ ଚୁକ୍ତି ରଦ୍ଦ ପରେ ଏବେ ପାକସ୍ତାନରେ ଭାଳେଣି ପଡ଼ିଛି। ସିନ୍ଧୁ ଜଳକୁ କସ୍ମିନ କାଳେ ଛାଡିବୁନି । ସିନ୍ଧୁ ଜଳ ଅଧିକାରକୁ ଛାଡିବୁନି। ଯଦି ଭାରତ କିଛି ବି କରେ ତେବେ ଆକ୍ରମଣ ହେବ ବୋଲି କହିଛନ୍ତି ପାକିସ୍ତାନ ସରକାର।

ନିଜ ପ୍ରତିକ୍ରିୟା ଦେଇ ପାକ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାକିସ୍ତାନକୁ ଦିଆଯାଉଥିବା ସିନ୍ଧୁ ନଦୀର ପାଣିକୁ ରୋକିଲେ ଆମେ ଏହାକୁ ସହ୍ୟ କରିବୁନି। ଏଭଳି କରି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଛି। ଆକ୍ରମଣ କେବଳ ତୋପ ଓ ଗୁଳିଗୋଳାରେ ହୁଏନି, ପାଣି ରୋକିବା ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣ। ଭାରତ ଯଦି ସିନ୍ଧୁ ନଦୀ ପାଣିକୁ ରୋକିବାକୁ ଡ୍ୟାମ୍ ତିଆରି କରେ ତେବେ ପାକିସ୍ତାନ ଏହାକୁ ନଷ୍ଟ କରିଦେବ।'

Pak minister s fresh threat

ଉଲ୍ଲେଖନୀୟ ଯେ, ଜାମ୍ମୁ-କଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପାକିସ୍ତାନର ଲସ୍କର-ଇ-ତୋଇବା ସଂଗଠନର ଟିଆରଏଫ୍ ଆତଙ୍କବାଦୀମାନେ କରିଥିଲେ। ଆକ୍ରମଣ ପରେ ଦୁଇ ଦେଶର ସମ୍ପର୍କ ଆହୁରି ଖରାପ ହୋଇଛି। ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି। ବହୁ ସଂଖ୍ୟାରେ ପାକିସ୍ତାନର ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରିଛି। ଏହା ସହ ସିନ୍ଧୁ ଜଳ ଚୁକ୍ତି ରଦ୍ଦ, ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ହ୍ରାସ, ସମସ୍ତ ବାଣିଜ୍ୟ କାରବାର ବନ୍ଦ ସହ ଡାକ ଓ ପାର୍ସଲ ସେବାକୁ ରୋକି ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+