ବଡ଼ ଖୁଲାସା କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ, କହିଲେ ଧାରା ୩୭୦କୁ ନେଇ କଂଗ୍ରେସ ମେଣ୍ଟ ସହ ମିଶୁଛି ଆମ ମତ
ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଛି ଗଣତନ୍ତ୍ରର ନୂଆ ଅଧ୍ୟାୟ । ଐତିହାସିକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଛି । ଧାରା ୩୭୦ ହଟିବା ପରେ ବର୍ତ୍ତମାନ କେନ୍ଦ୍ର ଶାସିତ ଅଂଚଳ ମାନ୍ୟତା ପାଇଥିବା ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେଉଛି । ଜମ୍ମୁକାଶ୍ମୀରରେ ଜାରି ରହିଥିବା ବିଧାନସଭା ନିର୍ବାଚନ ଉପରେ ପାକିସ୍ତାନ ନଜର ରଖିଛି । ଜମ୍ମୁକାଶ୍ମୀରକୁ ଆର୍ଟିକିଲ୍ ୩୭୦ ଏବଂ ୩୫ଏ ଫେରିବ ବୋଲି ଆଶା ରଖିଛି ପାକିସ୍ତାନ ।
କାଶ୍ମୀରକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ବିବୃତିରେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁନରୁଦ୍ଧାର ପ୍ରସଙ୍ଗରେ ଶେହବାଜ ସରିଫ ସରକାର ଏବଂ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟ ଏକମତ। ୨୦୧୯ରେ ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ମନ୍ତବ୍ୟ ଦିଆଯାଇଛି ପାକିସ୍ତାନ ପକ୍ଷରୁ

ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସର ମନିଫେଷ୍ଟୋରେ ଯେକୌଣସି ସ୍ଥାନରେ ଧାରା ୩୭୦ ଏବଂ ୩୫ଏର ପୁନରୁଦ୍ଧାର ପାଇଁ କୌଣସି ଦାବି ନାହିଁ। ବର୍ତ୍ତମାନ କଂଗ୍ରେସ କେବଳ ଜମ୍ମୁ କଶ୍ମୀର ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରୁଛି। ଅନ୍ୟପକ୍ଷରେ, କଂଗ୍ରେସର ସହଯୋଗୀ ନ୍ୟାଶନାଲ କନଫରେନ୍ସ ପାର୍ଟି ଧାରା ୩୭୦ ଏବଂ ୩୫ଏର ପୁନରୁଦ୍ଧାର ପାଇଁ ସ୍ବର ଉତ୍ତୋଳନ କରୁଛି। ଏହି ପ୍ରସଙ୍ଗରେ ଭାଜପା ନେତାମାନେ କଂଗ୍ରେସ ଉପରେ ଆକ୍ରମଣ କରୁଛନ୍ତି।












Click it and Unblock the Notifications