Get Updates
Get notified of breaking news, exclusive insights, and must-see stories!

ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କୁ କାବୁ କରିଥିବା ପାକ୍‌ ଅଧିକାରୀ ନିହତ

ପାକିସ୍ତାନ ସେନାର ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ । ସେହି ପାକ୍ ସେନା ଅଧିକାରୀଙ୍କ ନାମ ମେଜର ମୁଇଜ୍ । ଦକ୍ଷିଣ ୱାଜିରିସ୍ତାନରେ ତେହେରିକ-ଏ-ତାଲିବାନ୍ ପାକିସ୍ତାନର ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି । ମେଜର ମୁଇଜ୍‌ଙ୍କ ହତ୍ୟା ପାକିସ୍ତାନ ସେନା ପାଇଁ ଏକ ବଡ଼ ବିପର୍ଯ୍ୟୟ ।

ସୂତ୍ର ଅନୁଯାୟୀ, ମେଜର ମୁଇଜ୍‌ ଷଷ୍ଠ କମାଣ୍ଡୋ ବାଟାଲିୟନରେ ନିୟୋଜିତ ଥିଲେ । ଆତଙ୍କବାଦୀମାନେ ସରଗୋଗା ନିକଟରେ ମୁଇଜ୍‌ଙ୍କ ଉପରେ ଆମ୍ବୁସ୍ ଲଗାଇ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ମୁଇଜ୍‌ଙ୍କ ମୃତ୍ୟୁ ହୋଇଥିଲା । ମେଜର ମୁଇଜ୍‌ଙ୍କ ବ୍ୟତୀତ ଆତଙ୍କବାଦୀମାନେ ପାକିସ୍ତାନ ସେନାର ଲାନ୍ସ ନାୟକ ଜିବ୍ରାନୁଲ୍ଲାଙ୍କୁ ମଧ୍ୟ ହତ୍ୟା କରିଛନ୍ତି। କହିବାକୁ ଗଲେ ମୁଇଜ୍‌ ୨୦୧୯ରେ ପାକିସ୍ତାନ ବିରୋଧରେ ଭାରତର ଅପରେସନ୍‌ରେ ଚର୍ଚ୍ଚାକୁ ଆସିଥିଲେ । ସେହି ସମୟରେ ମୁଇଜ୍‌ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବନ୍ଦୀ କରିଥିବା ଦାବି କରିଥିଲେ । ମେଜର ମୁଇଜ୍‌ ମୂଳତଃ ପାକିସ୍ତାନର ଚକୱାଲ୍‌ର ଥିଲେ।

Pak major

ପାକିସ୍ତାନ ସେନା କହିବା ଅନୁଯାୟୀ, ବିଶ୍ୱସ୍ତ ଗୁଇନ୍ଦା ସୂଚନା ଆଧାରରେ ଉଭୟ ଅଧିକାରୀ ଅପରେସନ୍‌ ପାଇଁ ସରଗୋଗାରେ ପହଞ୍ଚିଥିଲେ । ଉଭୟ ପହଞ୍ଚିବା ମାତ୍ରେ ଟିଟିପିର ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରିଥିଲେ । ପାକିସ୍ତାନ ସେନା କହିଛି ଯେ ଗତ କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ ଏକ ଅପରେସନ୍ କରି ୧୧ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ତଥାପି, ଆତଙ୍କବାଦୀମାନେ ଯେଉଁଭଳି ଭାବରେ ମେଜର ମୁଇଜଙ୍କୁ ହତ୍ୟା କରିଛନ୍ତି ତାହା ପାକିସ୍ତାନ ସେନା ପାଇଁ ବଡ଼ ଆଘାତ । ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମୁଇଜଙ୍କ ହତ୍ୟା ଉପରେ ଦୁଃଖ ପ୍ରକାଶ କରିଛନ୍ତି।

ଦକ୍ଷିଣ ଏସିଆ ଆତଙ୍କବାଦ ପୋର୍ଟାଲ ଅନୁଯାୟୀ, ୨୦୨୪ ଏବଂ ୨୦୨୫ ରେ ପାକିସ୍ତାନରେ ୧୨୦୦ ରୁ ଅଧିକ ସାମରିକ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ତାହା ମଧ୍ୟ ଆତଙ୍କବାଦୀ ଆକ୍ରମଣରେ। ୨୦୨୪ ରେ ପାକିସ୍ତାନର ୭୫୪ ସାମରିକ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ୨୦୨୫ ରେ ଏହି ସଂଖ୍ୟା ଏପର୍ଯ୍ୟନ୍ତ ୫୦୦। ୨୦୨୪ ରେ ୭୯୦ ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା। ୨୦୨୫ ରେ ଏପର୍ଯ୍ୟନ୍ତ ୪୫୯ ଟି ଘଟଣା ଘଟିଛି। ପାକିସ୍ତାନ ବିଏଲଏ, ବିଟିପି ଏବଂ ଟିଟିପି ଭଳି ସଂଗଠନ ସେନା ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+